ରେଢ଼ାଖୋଲ : ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ୭୭ ତମ ଜନ୍ମଦିନ ଅବସରରେ ରେଢ଼ାଖୋଲରେ ଆୟୋଜିତ କେନ୍ଦ୍ରୀୟ ବିଦ୍ୟାଳୟର ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ମଞ୍ଚ ଉପରେ କେକ୍ କାଟି ବିଧାୟକଙ୍କ ଜନ୍ମଦିନ ପାଳନ କରିଥିଲେ।
ଶ୍ରୀ ଆଚାର୍ଯ୍ୟଙ୍କୁ ଶ୍ରୀ ପ୍ରଧାନ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ତାଙ୍କର ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରିଥିଲେ।
ସେ କହିଥିଲେ ଯେ, ରେଢ଼ାଖୋଲର ବିକାଶ ପାଇଁ ଶ୍ରୀ ଆଚାର୍ଯ୍ୟଙ୍କ ଅବଦାନ ଅତୁଳନୀୟ। ତାଙ୍କ ନେତୃତ୍ୱରେ ଏହି ଅଞ୍ଚଳ ଶିକ୍ଷା ଓ ବିକାଶର ନୂତନ ମାପଦଣ୍ଡ ସ୍ଥାପନ କରିବ।
ଏହି ସ୍ନେହଭରା ଦୃଶ୍ୟକୁ ଦେଖି ଉପସ୍ଥିତ କର୍ମୀ ଓ ସମର୍ଥକମାନେ ଜୋରଦାର ତାଳି ଓ ସ୍ଲୋଗାନ ଦେଇ ବିଧାୟକଙ୍କୁ ଅଭିନନ୍ଦନ ଜଣାଇଥିଲେ। କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ଜିଲ୍ଲାପାଳ ସିଦ୍ଧେଶ୍ୱର ବିଲରାମ ବନ୍ଦୋର, ବହୁ ବରିଷ୍ଠ ନେତା ଓ ଶହ ଶହ କର୍ମୀ ଉପସ୍ଥିତ ଥିଲେ।
Comments are closed.