ନିର୍ବାଚନ ଲଢି​‌ବେ ଆରଜି କର ବଳାତ୍କାର ପୀଡିତାଙ୍କ ମାଆ

ନୂଆଦିଲ୍ଲୀ : ଆର.ଜି. କର ମେଡିକାଲ କଲେଜର ବଳାତ୍କାର ପୀଡିତାଙ୍କ ମାଆ  ପଶ୍ଚିମବଙ୍ଗର ପାଣିହାଟି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିବାକୁ ରାଜି ହୋଇଛନ୍ତି। ସେ ତୃଣମୂଳ ଏବଂ ବାମପନ୍ଥୀଙ୍କୁ ସମାଲୋଚନା କରିଛନ୍ତି। ବିଜେପି ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ପ୍ରକାଶ କରି ଆସନଟି ଖାଲି ରଖିଛି। ଦଳ ଏବେ ୨୯୪ ଆସନ ମଧ୍ୟରୁ ୨୫୫ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଆହୁରି ମଧ୍ୟ ସେ କହିଛନ୍ତି ମୁଁ ବିଜେପି ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଛି। ମୋତେ ଏ ନେଇ ବାରମ୍ବାର ପ୍ରସ୍ତାବ ଆସିଥିଲା।  କିନ୍ତୁ ମୁଁ ପ୍ରାରମ୍ଭରେ ରାଜି ହୋଇନଥିଲି। ଶେଷରେ, ମହିଳାଙ୍କ ପ୍ରତି ବଢ଼ୁଥିବା ଅତ୍ୟାଚାର ଏବଂ ସେମାନଙ୍କ ପାଇଁ ସୁରକ୍ଷାର ଅଭାବ ଯୋଗୁଁ ମୁଁ ଟିଏମସିକୁ ମୂଳପୋଛ କରିବା ଲାଗି ପ୍ରାର୍ଥୀ ହେବାକୁ ନିଷ୍ପତ୍ତି ନେଇଥିଲି। “ସମସ୍ତ ଦଳ ଆମକୁ ଟିକେଟ୍ ଦେବାକୁ ଆସିଥିଲେ। କିନ୍ତୁ ଆମେ ଭାବିଥିଲୁ ଯେ ବିଜେପି ହେଉଛି ସେହି ଦଳ ଯିଏ ମୋ ଝିଅ ପାଇଁ ନ୍ୟାୟ ପାଇପାରିବ।

 

Comments are closed.