ମୋହନା ବୁଢ଼ୀ ମା’ ଠାକୁରାଣୀଙ୍କ ମନ୍ଦିରରୁ ମା’ଙ୍କ ମୁକୁଟ ଓ ବିଭିନ୍ନ ସାମଗ୍ରୀ ଚୋରୀ ।

ଗଜପତି, 26/7(ମନୋଜ ପାଢ଼ୀ):ଗଜପତି ଜିଲ୍ଲାର ମୋହନା ବ୍ଲକ ମହକୁମାରେ ଥିବା ଆରାଧ୍ୟା ଦେବୀ ମା’ ବୁଢ଼ୀ ଠାକୁରାଣୀ ମନ୍ଦିରରୁ ମାଙ୍କ ମୁକୁଟ ସହ କେତେକ ସାମଗ୍ରୀ ଚୋରୀ କରି ଚମ୍ପଟ ମାରିଛି । ମା’ଙ୍କର ସେବକ ତଥା ପୂଜକ ଦୀପକ ମାଝୀ(୨୫) ଜଣାଇଛନ୍ତିଯେ, ପୂଜାର୍ଚ୍ଚନା ସାରି ଘରକୁ ଫେରିଥିଲେ । ପରେ ସକାଳ ୬ଟାରେ ପୂଜା କରିବାକୁ ଯାଇ ଦେଖିବା ବେଳେ ଫାଟକର ଚାବି ଭାଙ୍ଗି ଚୋର ମା’ଙ୍କର ପିତଳର ବଡ଼ କିରିଟି, ସାନ ମୁକୁଟ, ଘଣ୍ଟ, ଢ଼ାଳ, ଥାଳି ଆଦି ସାମଗ୍ରୀ ଚୋରୀ କରି ନେଇଯାଇଛି। ଘଟଣା ସଂପର୍କରେ ସେ ମୋହନା ଗ୍ରାମ ମୁଖିଆ ପ୍ରତାପ ଚନ୍ଦ୍ର ପାତ୍ରଙ୍କୁ ଖବର ଦେଇଥିଲେ ।
ଖବର ପାଇ ଶ୍ରୀ ପାତ୍ର ପହଞ୍ଚିବା ପରେ ପୋଲିସକୁ ଖବର ଦେବା ପରେ ଥାନା ଅଧିକାରୀ ଓମ ନାରାୟଣ ପାତ୍ର ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ । ଏନେଇ ମୋହନା ଥାନାରେ ମାମଲା ରୁଜୁ ହେବା ସହ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି ।

Comments are closed.