୧୫ରୁ ମୋଦୀଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତମାସ ୧୫ରୁ ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯିବେ ବୋଲି ତାଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛିି। ଏହି ରାଷ୍ଟ୍ରଗୁଡିକ ହେଲା ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ), ନେଦରଲାଣ୍ଡସ, ସ୍ବିଡେନ, ନରୱେ ଓ ଇଟାଲୀ। ମେ’ ୧୫ରେ ମୋଦୀ ପ୍ରଥମେ ୟୁଏଇରେ ପହଞ୍ଚି ସେଠାକାର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍‌ ଜାୟେଦ ଅଲ୍‌ ନାହ୍ୟାନ୍‌ଙ୍କୁ ଭେଟି ଦ୍ବିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିବେ। ଏହାପରେ ସେ ନେଦରଲାଣ୍ଡସ ଗସ୍ତରେ ଯାଇ ରାଜା ୱିଲିୟମ ଆଲେକ୍‌ଜାଣ୍ଡାର ଏବଂ ପ୍ରଧାନମନ୍ତ୍ରୀ ରବ୍‌ ଜେଟେନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ଦୁଇପକ୍ଷଙ୍କ ମଧ୍ୟରେ ପ୍ରତିରକ୍ଷା, ଗ୍ରୀନ ହାଇଡ୍ରୋଜେନ, ସେମିକଣ୍ଡକ୍ଟର ଇତ୍ୟାଦି ପ୍ରସଙ୍ଗ ନେଇ ଆଲୋଚନା ହେବ ବୋଲି ଜଣାପଡିଛି। ମେ’ ୧୭ରେ ମୋଦୀ ସ୍ବିଡେନ ଯିବେ। ଦୁଇଦିନ ଅବସ୍ଥାନ କାଳରେ ସେ ପ୍ରତିପକ୍ଷ ଉଲ୍‌ଫ କ୍ରିଷ୍ଟରସନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ମେ’ ୧୮ରେ ମୋଦୀ ନରୱେ ଗସ୍ତ କରି ସେଠାରେ ଆୟୋଜିତ ହେବାକୁ ଥିବା ତୃତୀୟ ଇଣ୍ଡିଆ-ନର୍ଡିକ ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଏହି ଅବସରରେ ସେ ନର​‌େ​‌ୱ ରାଜା ପଞ୍ଚମ ହେରାଲ୍ଡ ଏବଂ ପ୍ରଧାନମନ୍ତ୍ରୀ ଜୋନାସ ଷ୍ଟୋରଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଗସ୍ତର ଅନ୍ତିିମ ଲଗ୍ନରେ ମୋଦୀ ଇଟାଲୀ ଯିବେ। ମେ’ ୧୯ ଓ ୨୦ ଦୁଇଦିନ ସେଠାରେ ଅବସ୍ଥାନ କାଳରେ ମୋଦୀ ସେଠାକାର ରାଷ୍ଟ୍ରପତି ସର୍ଗିଓ ମାତାରେଲା ଓ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କୁ ଭେଟି ବିଭିନ୍ନ ଦ୍ବିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିବେ।

Leave A Reply

Your email address will not be published.