ବିଜେଡି ବିରୋଧରେ ପ୍ରବଳ ବର୍ଷିଲେ ସନା ମହାକୁଡ଼

ଭୁବନେଶ୍ୱର :   ଆଜି ରାଜ୍ୟର ୪ ରାଜ୍ୟସଭା ଆସନ ପାଇଁ ମତଦାନ ଚାଲିଛି । ଏହି କ୍ରମରେ ଜଣଙ୍କ ପରେ ବିଧାୟକ ବିଧାନସଭାର ମତଦାନ କେନ୍ଦ୍ରକୁ ଆସି ଭୋଟ ଦେଉଚନ୍ତି । ବିଜେଡିରୁ ନିଲମ୍ବିତ ଚମ୍ପୁଆ ବିଧାୟକ ମଧ୍ୟ ଭୋଟ ଦେଇଛନ୍ତି । ଭୋଟ୍ ଦେବା ପରେ ବିଜେଡି ବିରୋଧରେ ପ୍ରବଳ ବର୍ଷିଛନ୍ତି।

ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ସନା ମହାକୁଡ଼ କହିଛନ୍ତି, ରାଜ୍ୟରେ ସ୍ବାର୍ଥ ପାଇଁ ଯିଏ କାମ କରିବ ତାଙ୍କୁ ଭୋଟ୍ ଦେଇଛି। ମୋତେ କେହି ଭୋଟ୍ ଦେବାକୁ କହି ନାହାନ୍ତି। ବିଜେଡିର କିଏ ବି ମୋ ସହ ଯୋଗାଯୋଗ କରି ନାହାନ୍ତି। ମୋତେ ଅଣଦେଖା କଲେ, ସିଟ୍ ବଦଳାଇ ଦେଲେ। ମୁଁ ବିଜେଡି ପଛରେ ଗୋଡ଼ାଇବନି। ମୋତେ ବିଜେଡିର ହ୍ବିପ୍ ନାହିଁ।

Comments are closed.