ମିଶନ ଶକ୍ତି ଯୋଜନାର ପ୍ରଶଂସା କରିଥିଲେ ଅଷ୍ଟ୍ରେଲିଆର ବାଣିଜ୍ୟ ରାଷ୍ଟ୍ରଦୂତ

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଚାଲିଥିବା ସିଆଇଆଇ ଶିଳ୍ପ ସମ୍ମିଳନୀର ଦ୍ବିତୀୟ ଦିନରେ ପ୍ରଦର୍ଶନୀ ମେଳା ଜାରି ରହିଥିବା ବେଳେ ବିଭିନ୍ନ ପ୍ରସଙ୍ଗରେ ଉପାଦେୟ ଆଲୋଚନା ହୋଇଛି। ସିଆଇଆଇ ଗୋଟିଏ ପଟେ ଶକ୍ତି, ଇସ୍ପାତ୍ ଓ ରାସାୟନିକ ଉତ୍ପାଦ ଉତ୍ପାଦନ ଉପରେ ଆଲୋଚନା କରିଥିବା ବେଳେ ଗ୍ରାମୋଦ୍ୟୋଗ ଓ କୃଷି ବିକାଶକୁ ମଧ୍ୟ ଗୁରୁତ୍ୱ ଦେଇଛି। ଶନିବାର ଅନୁଷ୍ଠିତ ୪ଟି ଅଧିବେଶନ ମଧ୍ୟରେ ମିଶନ ଶକ୍ତି ଉପରେ ହୋଇଥିବା ଅଧିବେଶନ ସବୁଠାରୁ ବେଶ୍ ଉପାଦେୟ ହୋଇଥିଲା। ଅତିଥି ଭାବେ ଯୋଗ ଦେଇଥିବା ଅଷ୍ଟ୍ରେଲିଆର ବାଣିଜ୍ୟ ରାଷ୍ଟ୍ରଦୂତ ସୁଶ୍ରୀ ରୋଆନ୍ ଆଇନ୍ସୱାର୍ଥ ଆଲୋଚନାରେ ଭାଗ ନେଇ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ଯୋଜନାର ପ୍ରଶଂସାରେ ଶତମୁଖ ହୋଇଥିଲେ।

ଏହି ଅବସରରେ ଇପିକଲ୍ ପରିଚାଳନା​‌ ନିର୍ଦେଶକ ଭୂପେନ୍ଦର ସିଂ ପୁନିଆ କହିଥିଲେ, ବିକାଶ ଲାଗି ଶିଳ୍ପୋଦ୍ୟୋଗ ଯେତିକି ଆବଶ୍ୟକ କୃଷି ମଧ୍ୟ ସେତିକି ଆବଶ୍ୟକ। ଆଜି ଆମେ ଅନେକ ଖାଦ୍ୟ ପଦାର୍ଥ ବିଦେଶରୁ ଆମଦାନୀ କରୁଥିବା ବେଳେ କୃଷି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ସକାଶେ ରୋଡମ୍ୟାପ୍ ତିଆରି କରିବାକୁ ପଡ଼ିବ।

Comments are closed.