ଆଇଜଲ୍: ମିଜୋରାମ ବିଧାନସଭା ନିର୍ବାଚନରେ ବହୁମତ ସହ ଜିତିବା ପରେ ଜୋରାମ ପିପୁଲ୍ସ ମୁଭମେଣ୍ଟ(ଜେଡ୍ପିଏମ୍) ଦଳ ନେତା ତଥା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଲାଲଡୁହୋମା ବୁଧବାର ରାଜ୍ୟପାଳ ହରି ବାବୁ କମ୍ଭମପତିଙ୍କୁ ସାକ୍ଷାତ କରିଛନ୍ତି। ରାଜ୍ୟରେ ସରକାର ଗଠନ ପ୍ରସଙ୍ଗ ନେଇ ସେ ରାଜ୍ୟପାଳଙ୍କ ସହ ଆଲୋଚନା କରିଛନ୍ତି। ରାଜଭବନ ସୂତ୍ରରୁ ପ୍ରକାଶ ଯେ, ଲାଲଡୁହୋମା ଶୁକ୍ରବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ସୂଚନାଯୋଗ୍ୟ, ମିଜୋରାମ ବିଧାନସଭାର ୪୦ରୁ ୨୭ ଆସନ ଜିତି ଜେଡ୍ପିଏମ୍ ରାଜ୍ୟରେ ଦମ୍ଦାର ବିଜୟ ହାସଲ କରିଛି।
Sign in
Sign in
Recover your password.
A password will be e-mailed to you.
Comments are closed.