ଉମରକୋଟ (ନିପ୍ର)ତା-୨୪-୦୧-୨୪ରିଖ ବୁଧବାର ଦିନ ପୂର୍ବାହ୍ନ ୧୧ଘ: ସମୟରେ ସ୍ଥାନ -ଉମରକୋଟ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସଂଘ ର ସାଧାରଣ ସଂପାଦକ ଶ୍ରୀ ଯୁକ୍ତ ପର୍ଶୁରାମ ନାୟକଯାଦବ ଙ୍କ ପରିଚାଳନାରେ ଜିଲ୍ଲା ମୋଟର ସାଇକେଲ ମେକାନିକ ସଂଘର ବାର୍ଷିକ ସମ୍ମିଳନୀ ର ଆୟୋଜନ କରାଯାଇଥିଲା ଏଥିରେ ସଂଘର ସଭାପତି ଶ୍ରୀ ଗଣେଶ ଵେହେରାଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିଲେ ନଂଵରଙ୍ଗପୁର ସନସଦ ଶ୍ରୀଯୁକ୍ତ ରମେଶଚନ୍ଦ୍ର ମାଝି, ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ ଉମରକୋଟ ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗୋଣ୍ଡ, ଅନ୍ୟତମ ଅତିଥି ରୂପେ ଯୋଗଦେଇ ଥିଲେ ଉମରକୋଟ ପୈାରପରିଷଧ ନଗର ପାଳିକା ଶ୍ରୀମତୀ ରାଧା ଭତ୍ରା, ମୁଖ୍ୟ ବକ୍ତା ଭାବେ କାଉନ୍ ସିଲ୍ ତଥା ସଂଘର ଆଇନ୍ ପରାମର୍ଶ ଦାତା ଶ୍ରୀଯୁକ୍ତ ତପନ ଦେବନାଥ, କାଉନସିଲ ତଥା ପିସିସି ସଭ୍ୟ ଶ୍ରୀଯୁକ୍ତ ମୁନାପାଢି, ପୂର୍ବତନ ନଗର ପାଳ ତଥା ବରିଷ୍ଠ ଓକିଲ ଶ୍ରୀ ଝାଡେଶ୍ଵର ମହାନ୍ତି, ସମାଜସେଵି ସେଲିମ୍ ଲାଠେର୍, ସମେତ ଦସଗୋଟି ବ୍ଳକର ଓ ଦୁଇଗୋଟି ପୈାରପରିଷଦର ଦୁଇ ଚକିଆ ମେକାନିକାଲର ସଭାପତି, ସଂପାଦକ, କୋଷାଧ୍ୟକ୍ଷ ଓ ସଦସ୍ୟ ମାନେ ଯୋଗ ଦେଇଥିଲେ, ଏଥିରେ ମୁଖ୍ୟ ଉଦ୍ଦେଶ୍ୟ ଥିଲା ସଂଘର୫ ଦଫା ଦାଵୀ ସରକାରଙ୍କୁ ଜଣାଇଥିଲେ ଯଥା:-୧- ଜିଲ୍ଲାର ପ୍ରତେକ ସଂଘକୁ ନିଜସ୍ଵ ଜାଗା ଓ ସଭାଗୃହ ଯୋଗାଇଦେଵା,୨- ମେକାନିକାଲ ମାନଙ୍କୁ ଅଣ ସଂଘ ଠିତ କିମ୍ବା ଶ୍ରମିକମାନଙ୍କର ଯାହା ଯାହା ସୁବିଧା ଅଛି ସେଅନୁଯାଇ ସୁଵିଧା ଦେଵା,୩- ସରକାର ଆଦିଵାସି, ହରି ଜନ ଛାତ୍ର ଛାତ୍ରୀ ମାନୋଙ୍କୁ ଶିକ୍ଷା କ୍ଷେତ୍ରରେ ଯାହା ଯାହା ସୁବିଧା ଅଛି ସେଗୁଡିକ ମେକାନିକାଲ ମାନଙ୍କର ପୁଅ ଝୀଅ ମାନଙ୍କୁ ମଧ୍ୟ ତାହା ସୁଯୋଗ ଦିଆଯାଉ,୪-ରାସ୍ତାରେ ମୋଟର ସାଇକେଲ ଟ୍ରାଇଲ ସମୟରେ ଧରପକଡ ବନ୍ଦ ହେଉ,୫- ଜିଲ୍ଲାର ପ୍ରତେକ ମେକାନିକ ମାନଙ୍କୁ ସାମୁହିକ ପ୍ରଶିକ୍ଷେଣଦେଇ ଦୁଇଚକିଆ ଡ୍ରାଇଭର ଲାଇସେନ୍ସ ଦିଆଯାଉ, ଏହି ସମ୍ମିଳନୀର ଆୟୋଜକ ଥିଲେ, ସହଉମରକୋଟ ସଂଘର ଉପସଭାପତି ଶ୍ରୀଏସ୍ ବିଜୟ, ସାଧାରଣ ସଂପାଦକ ଆଵେଶ୍ ରାଜା, କୋଷାଧ୍ୟକ୍ଷ ରସିଦ୍ଅଲ୍ଲି, କାର୍ଯ୍ୟକାରିଣୀ ସଦସ୍ୟ ବୃନ୍ଦ ଶ୍ରୀ ଅଭିଦାସ୍,ମନଜ ଗୈାରଡ,ସରଜ ଗୈାଡ,ଏମ୍ ଏକ୍ଟରାଓ,ରାଜୁ ମଣ୍ଡଲ,ସେକ୍ ଗୈାସି, ଅର୍ଣ୍ଣପ୍ରସ୍ତୁତି ଜଗନ୍ନାଥ ପଣ୍ଡା,ଅରୁଣପଣ୍ଡା, ନବରଙ୍ଗପୁର ସଦସ୍ୟ ମୁରଲୀଧର,ଦାସରଥିଗୁରୁ, ଡାଵୁଗାଁର କୈାଳାସ,ସାକ୍ଷିର, ରାଇଘର ର ଅନଓରଆଲାମ, କନ୍ୟା ସାହୁ, ସମେତ ଜିଲ୍ଲାର ପ୍ରାୟ ପନ୍ଦର ଶହରୁ ଉର୍ଦ୍ଧ୍ବ ମେକାନିକ ମାନେ ଯୋଗ ଦେଇଥିଲେ ଓ ଉମରକୋଟ କଲ୍ୟାଣ ମଣ୍ଡପ ଠାରୁ ପେଣ୍ଡ୍ରାଣୀ ମନ୍ଦିର ଦେଇ ଡିଏନ୍ କେ ଯାଏ ସହରରେ ସଭା ଯାତ୍ରା ମଧ୍ୟ ବାହାରି ଥିଲେ, ଶେଷରେ ଉମରକୋଟ ସଂଘର ଉପଦେଷ୍ଟା ଶ୍ରୀ ଯୁକ୍ତ ପର୍ଶୁରାମ ନାୟକ ଯାଦବ ଧନ୍ୟବାଦ ଦେଇ ସଭା ଭଙ୍ଗକରି ଥିଲେ।
Sign in
Sign in
Recover your password.
A password will be e-mailed to you.
Comments are closed.