କୋଲକାତା, (୨୧/୨)ରିପୋର୍ଟ- ସନାତନ ମହାକୁଡ଼। ସ୍ଥାନୀୟ ମହାରାଜା ଶ୍ରୀଶଚନ୍ଦ୍ର ମହାବିଦ୍ୟାଳୟ ପରିସରରେ ସାହିତ୍ୟ ଅକାଦେମି ଏବଂ ଶ୍ରୀଶଚନ୍ଦ୍ର ମହାବିଦ୍ୟାଳୟର ମିଳିତ ଉଦ୍ୟମରେ ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଆୟୋଜିତ ମାତୃଭାଷାରେ ଶିକ୍ଷା ଶୀର୍ଷକ ଆଲୋଚନାଚକ୍ରରେ ଅଧ୍ୟକ୍ଷତା କରିଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼କ୍ଟର ଅମିତ ମଜୁମଦାର l ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ସାହିତ୍ୟ ଅକାଦେମି କୋଲକାତା କାର୍ଯ୍ୟାଳୟର ସହାୟକ ସମ୍ପାଦକ କ୍ଷେତ୍ରବାସୀ ନାଏକ l ପ୍ରାରମ୍ଭରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବେଦ ମନ୍ତ୍ର ପାଠ ସହିତ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ l ଭାଷା ସହିଦମାନଙ୍କ ସ୍ମୃତିରେ ପୁଷ୍ପମାଲ୍ୟ ପ୍ରଦାନ ଏବଂ ଦ୍ବୀପ ପ୍ରଜ୍ବଳନ କରାଯାଇଥିଲା l ମାତୃଭାଷାରେ ଶିକ୍ଷା ବିଷୟରେ ଆଲୋଚନା କରିଥିଲେ ସ୍ୱାମୀ ଦିବ୍ୟପ୍ରଜ୍ଞାନନ୍ଦଜୀ (ସଂସ୍କୃତ), ପ୍ରଫେସର ଶିବାଜୀ ପ୍ରତିମ ବସୁ (ବଙ୍ଗଳା), ପ୍ରଫେସର ବିଦ୍ୟାନନ୍ଦ ଝା (ମୈଥିଲି), ପ୍ରଫେସର ରାଜଶ୍ରୀ ଶୁକ୍ଲା (ହିନ୍ଦୀ), ଡ଼କ୍ଟର ବୀଣାପାଣି ଦେବତା (ଓଡ଼ିଆ), ଡ଼କ୍ଟର ସୁବୋଧ ଚନ୍ଦ୍ର ହାଁସଦା (ସାନ୍ତାଳୀ) ଏବଂ ଡ଼କ୍ଟର ଋଷି ଭୂଷଣ ଚୌବେ (ଭୋଜପୁରୀ)l ଆଲୋଚକମାନେ ମତ ଦେଇଥିଲେ ଯେ ବିଶ୍ୱର ୭୦୦୦ ଭାଷା ମଧ୍ୟରୁ ୪୪ ପ୍ରତିଶତ ଭାଷା ସଙ୍କଟଜନକ ସ୍ଥିତିରେ ରହିଛି l କହିଵା, ଲେଖିବା ଏବଂ ପଢିବା ଦ୍ୱାରା ମାତୃଭାଷା ବଞ୍ଚିରହିବ ଏବଂ ସମୃଦ୍ଧ ହେବ l ପ୍ରାଥମିକ ସ୍ତରରେ ଶିକ୍ଷା ମାତୃଭାଷା ମାଧ୍ୟମରେ ପ୍ରଦାନ କରାଯିଵା ଜରୁରୀ l ସଚେତନ ବ୍ୟକ୍ତିବୃନ୍ଦ ଭାଷାବ୍ରତୀ ତଥା ଶିକ୍ଷବ୍ରତୀ ହେବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ l
ପ୍ରଫେସର କୌଶିକ ଘୋଷ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଧନ୍ୟଵାଦ ପ୍ରଦାନ କରିଥିଲେ ଡ଼କ୍ଟର କାର୍ତ୍ତିକ ଚୌଧୁରୀ l କାର୍ଯ୍ୟକ୍ରମରେ ବହୁ ଲେଖକ ଲେଖିକା, ଗବେଷକ, ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.
Comments are closed.