ମହଙ୍ଗା ହୋଇଛି ସୁନା- ରୂପା ଦର ।

ସୁନା ଗତ ସପ୍ତାହରେ ସାମାନ୍ୟ କମିଥିବା ବେଳେ ଏବେ ପୁଣି ନୂଆ ରେକର୍ଡ ଆଡକୁ ମାଡିଯାଉଛି ।

0

ନୂଆଦିଲ୍ଲୀ: ଯଦି ଆଜି ଆପଣ ସୁନା କିମ୍ବା ରୂପା କିଣିବାକୁ ଯୋଜନା କରିଛନ୍ତି ତେବେ ଆଜିର ଦର ଉପରେ ଟିକେ ନଜର ପକାନ୍ତୁ । କାରଣ ଆଜି ଉଭୟ ଦର ମହଙ୍ଗା ହୋଇଛି । ପ୍ରାରମ୍ଭିକ ହ୍ରାସ ପରେ ଆଜି ପୁଣି ବଢିଛି ସୁନା ଓ ରୂପା ଦାମ୍‌ । ସୁନା ଗତ ସପ୍ତାହରେ ସାମାନ୍ୟ କମିଥିବା ବେଳେ ଏବେ ପୁଣି ନୂଆ ରେକର୍ଡ ଆଡକୁ ମାଡିଯାଉଛି । ଆଜି ୨୪କ୍ୟାରେଟ ସୁନା ୧୦ଗ୍ରାମ ପ୍ରତି ୧.୪୦ଲକ୍ଷ ଅତିକ୍ରମ କରିଛି । ସେହିପରି ରୂପା ଦର ୧୨୦୦୦ରୁ ଅଧିକ ବୃଦ୍ଧି ପାଇଛି ।

ଦିଲ୍ଲୀରେ ୨୪କ୍ୟାରେଟ ସୁନାର ଦାମ୍‌ ୧୦ଗ୍ରାମ ପ୍ରତି ୧,୪୨, ୩୦୦ ରହିଛି ।ଗତ ସପ୍ତାହ ଅପେକ୍ଷା ୨୪୩୭ଟଙ୍କା ବୃଦ୍ଧି ହୋଇଛି । ୨୨କ୍ୟାରେଟ ସୁନା ଦାମ୍‌ ୧,୩୦,୪୫୦ ଟଙ୍କା ରହିଛି । ସେହିପରି ରୂପା ଦର କିଲୋଗ୍ରାମ ପ୍ରତି ୨,୬୫,୧୩୩ଟଙ୍କାରେ ପହଞ୍ଚିଛି । ଭୁବନେଶ୍ୱରରେ ୨୨କ୍ୟାରେଟ ସୁନା ଦର ୧୦ଗ୍ରାମ ପିଛା ୧,୩୦,୩୦୦ରେ ପହଞ୍ଚିଛି । ସୁନା ଓ ରୂପା ଦର ପ୍ରତିଦିନ ବୃଦ୍ଧି ପାଉଥିବା ବେଳେ ଚିନ୍ତାରେ ପଡିଛନ୍ତି ମଧ୍ୟବିତ ଗ୍ରାହକ ।

Leave A Reply

Your email address will not be published.