ମହାକାଳି ଶତନାମ

ଅର୍ଜୁନୀ ଚରଣ ବେହେରା

ମହାକାଳି ଶତନାମ
=============
ଜୟ ଜୟ ମହାକାଳି ଜୟ ଦୟାମୟୀ l
ଶତନାମେ ତୋର ମାତ ଚରଣ ବନ୍ଦଇ ll
ଜୟ ମା କାଳିକା ମାତ ଜୟ ବରାନନୀ l
ଚାରୁହାସୀ ମୁକ୍ତକେଶି ଜଗତ ଜନନୀ ll
କାମଦା,କାମ ସୁନ୍ଦରୀ,କାଳି କପାଳିନୀ l
କାନ୍ତା,କାଳରାତ୍ରି,କାଳଭୈରବତୋଷଣୀ ll
କାଳିକା,କାମିନୀ,କମନୀୟା ସ୍ୱଭାବିନୀ l
କୁବ୍ଜୀକା,କୁଳୀନା, କୁଳଵର୍ତ୍ମ ପ୍ରକାଶିନୀ ll
କୁଳକର୍ତ୍ରୀ,କସ୍ତୂରୀରସନା,ନୀଳା,କାମ୍ୟା l କାମସ୍ଵରୂପିଣୀ ମାତ କାତ୍ୟାୟନୀ କାମା Il
କକାର ଵର୍ଣନି, କାମ ଧେନୁ, କରାଳିକା l
କୁଲକାନ୍ତା,କରାଳସ୍ୟା,କରାଳି,କାମାକ୍ଷା ll କାମାର୍ତା ତୁ କଳାଵତୀ ମାତ କୃଶୋଦରୀ l
କାମାକ୍ଷୀ କୁଳପାଳିନୀ କୁଳଜା କୌମାରୀ ll
କୁଳ କନ୍ୟା ତୁ କୁଳହା, ତୁ କୁଳେ ପୂଜିତା I
କାମେଶ୍ଵରୀ,କାମକାନ୍ତା,କୁଞ୍ଜେଶ୍ୱରୀ ମାତା ll
କାମଦାତ୍ରୀ, କାମହର୍ତ୍ରୀ, କୃଷ୍ଣା, କପର୍ଦିନୀ l
କୁମୁଦା, କୃଷ୍ଣଦେହା ତୁ କାଳିନ୍ଦୀ କୁଳୀନୀ ll
କାଶ୍ୟପୀ କୃଷ୍ଣମାତା ତୁ କୁଳିଶାଙ୍ଗୀ କଳା l
କ୍ରୀଂରୂପା କୁଳଗମ୍ୟା ତୁ କମଳା, କୁନ୍ତଳା ll କୃଷ୍ଣପୂଜିତା, କୃଶାଙ୍ଗୀ, କିନ୍ନରୀ କାର୍ଚ୍ଚିକୀ l
କର୍ତ୍ରୀ,କଳକଣ୍ଠୀ ମାତ କୋୖଳିନୀ କାର୍ତ୍ତୀକୀ Il
କମ୍ବୁ କଣ୍ଠୀ, କୁମୁଦା ତୁ ମାତେ କଳ୍ପ ଲତା l
କାମଜୀଵିନୀ କୁଳସ୍ତ୍ରୀ କୀର୍ତ୍ତିକା ତୁ କୃତ୍ୟା ll
କୁଳ ପାଳିକା, କୀର୍ତ୍ତୀ ତୁ କାମଦେଵ କଳା l କାମାଙ୍ଗ ବର୍ଦ୍ଧିନୀ,ଦିବ୍ୟେ କୁନ୍ତଳା ମୁକୁଳା ll
କୁନ୍ତା ମା କୁମୁଦ ପ୍ରୀତା, କଦମ୍ବ କୂଷ୍ମୀକା l
କାଦମ୍ବିନୀ ମାଆ ଦିବ୍ୟାନନ୍ଦ ପ୍ରଦାୟିକା ll
କୁମାରୀ ପୂଜନରତା କୁମାରୀ ଶୋଭିତା I
କୁମାରୀ ରଞ୍ଜନରତା କୋଉମାରୀ ବ୍ରତା ll
କଙ୍କାଳି, ଦକ୍ଷିଣ କାଳି ତୁ ଭଦ୍ର କାଳିକେ l
କପାଳଖଟ୍ଵାଙ୍ଗ ଧରା କାଳ ଭୈରବିକେ ll
ତ୍ରିନୟନୀ କୋଟରାକ୍ଷୀ କୈଳାଶଵାସିନୀ l
ରକ୍ତଦନ୍ତୀ, ଯଶ, ବୁଦ୍ଧି, ଜ୍ଞାନ ପ୍ରଦାୟିନୀ ll
ରକ୍ତାକ୍ଷୀ କମଳାକ୍ଷୀ ମା କାମପୀଠବାସୀ l
କଙ୍କିନୀ କାକିନୀ ଯୋଗ୍ନି କଳହପ୍ରେୟସୀ ll
କାନ୍ତାର ଵାସିନୀ କାନ୍ତିଃ କଠିନା କୁନ୍ତଳା I
ଭୈରବୀ ଭୟପ୍ରଦେ ମା ଡାକ କିଳିକିଳା ll
ମହାକାଳୀ ଶତ ନାମ ନିତ୍ୟେ ସ୍ମରୁ ଥାଇ l
ନମସ୍ତେ ନମସ୍ତେ ନମଃ ନମଃ ମହାମାୟୀ ll
🙏🙏🙏
ଅର୍ଜୁନୀ
————
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.