ଲଘୁ ଖଣିଜ ଉପରେ ଶୁଳ୍କ ବୃଦ୍ଧି କଲେ ସରକାର

    ଭୁବନେଶ୍ୱର :   ରାଜ୍ୟରେ ଲଘୁ ଖଣିଜ ଉପରେ ଅତିରିକ୍ତ ଶୁଳ୍କ ବଢ଼ାଇଲେ ସରକାର।ବେଆଇନ ଖଣି ଖନନ ଉପରେ ରୋକ ଏବଂ ରାଜସ୍ଵ ବୃଦ୍ଧି ପାଇଁ ପଦକ୍ଷେପ ନେଇଛନ୍ତି ରାଜ୍ୟସରକାର  ଓଡିଶା ଲଘୁ ଖଣିଜ ରିହାତି ନିୟମ, ୨୦୧୬ ଅନୁଯାୟୀ ୨ ଗୁଣ କରିବାକୁ ସରକାର ପକ୍ଷରୁ ନିଷ୍ପତି ନିଆଯାଇଛି। ନୂଆ ଶୁଳ୍କ ଲାଗୁ ହେବା ପରେ ରାଜ୍ୟ କୋଷାଧାରାକୁ ଅଧିକ ଅର୍ଥ ଆସିବା ନେଇ ଆଶା କରାଯାଉଛି। ପୂର୍ବରୁ କୌଣସି ଆର୍ଥିକ ଜୋରିମାନା ନଥିବା କାରଣରୁ ନିୟମ ଭାଙ୍ଗୁଥିଲେ ଉଲ୍ଳଂଘନକାରୀ । ରାୟାଲଟି ଫାଙ୍କିବା ଏବଂ ଲଘୁ ଖଣିଜ ଚୋରା ଚାଲାଣ ରୋକିବା ପାଇଁ ଏହି କଠୋର ନିୟମ ଲାଗୁ କରାଯାଇଛି।

Comments are closed.