ଘାଟିରେ ଓଲଟିଲା ଯାତ୍ରା ପାର୍ଟି ବସ୍

0

ଦେବଗଡ଼:ଦେବଗଡ ଜିଲ୍ଲା ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ଡଙ୍ଗାପଥର ଘାଟିରେ ଅଭାବନୀୟ ଘଟଣା ଘଟିଛି। ଡଙ୍ଗାପଥର ଘାଟିରେ ଭାରସାମ୍ୟ ହରାଇ ଅପେରା ୱେଷ୍ଟର୍ଣ୍ଣ ଓଡିଶା ଯାତ୍ରା ପାର୍ଟି ବସ ଓଲଟି ପଡିଛି। ଫଳରେ ୨୦ ରୁ ଅଧିକ କଳାକାର ଆହତ ହୋଇଛନ୍ତି । ଡଙ୍ଗାପଥର ଗାଁରୁ ଯାତ୍ରା ସାରି ଘରକୁ ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଛି।

ବସ୍‌ରେ ଥିବା ସମସ୍ତ କଳାକାର ଆହତ ହୋଇଥିବାବେଳେ କିଛି ଲୋକଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ସ୍ଥାନୀୟ ଲୋକ ତୁରନ୍ତ ଗୁରୁତରଙ୍କୁ ଉଦ୍ଧାର କରି କଂସର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଆହତଙ୍କୁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ରିଆମାଳ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.