ଜ୍ଞାନ,ଅନୁଭବ ଏବଂ କଳାତ୍ମକ ଶୈଳୀ ଅନୁବାଦକୁ ପ୍ରଭାବଶାଳୀ କରେ

( ଅନ୍ ଲାଇନ୍ ମାଧ୍ୟମରେ ଭାରତୀୟ ଯୁବଅନୁବାଦକମାନଙ୍କର ଜାତୀୟ ସମ୍ମିଳନୀ )

0

ନୟାଗଡ଼ ( ୧୧/୪): ଅନୁବାଦ ଯୋଗୁଁ ସମଗ୍ର ବିଶ୍ୱରେ ଭାଷା, ସଂସ୍କୃତି ମଧ୍ୟରେ ଦୂରତା କମିବା ସମ୍ଭବ ହୋଇପାରିଛି। ବିଶ୍ୱର କୋଣେ ଅନୁକୋଣେ ଥିବା ପ୍ରତ୍ୟେକ ଭାଷାଭାଷୀ ଲୋକଙ୍କ ପାଖରେ ବିଭିନ୍ନ ଭାଷା, ସାହିତ୍ୟ , ସଂସ୍କୃତି ପହଞ୍ଚିବାର ପ୍ରମୁଖ ମଧ୍ୟମ ହେଉଛି ଅନୁବାଦ। ପ୍ରତ୍ୟେକ ଭାଷାର ନିଜସ୍ବ ଶୈଳୀ ଏବଂ ବିଶିଷ୍ଟତା ରହିଛି, ଅନୁବାଦ କଲାବେଳେ ଅନୁବାଦକ ଏଥିପ୍ରତି ଯଥେଷ୍ଟ ସତର୍କ ହେବା ଦରକାର। ସର୍ବୋପରି ଭାରତ ଭଳି ଏକ ବହୂଭାଷୀ ଦେଶରେ ଅନୁବାଦ ତଥା ଅନୁବାଦକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଅନୁବାଦ କୁ ଅଧିକ ସମୃଦ୍ଧ ଓ ବ୍ୟାପକ କରିବା ଦିଗରେ ଯୁବ ଅନୁବାଦକମାନେ ଯତ୍ନଶୀଳ ହେବା ଆବଶ୍ୟକ ବୋଲି ଭାରତୀୟ ଅନୁବାଦ ସାହିତ୍ୟ ତରଫରୁ ଅନଲାଇନ୍ ମାଧ୍ୟମରେ ୩୩ ତମ ଜାତୀୟସ୍ତରରେ ଯୁବ ଅନୁବାଦକ ସମ୍ମିଳନୀରେ ବରିଷ୍ଠ ଓ ଯୁବ ଅନୁବାଦକମାନେ ମତବ୍ୟକ୍ତ କରିଛନ୍ତି। ଭାରତୀୟ ଅନୁବାଦ ସାହିତ୍ୟର ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ ସମସ୍ତ ଅନୁବାଦକ ମାନଙ୍କୁ ସ୍ବାଗତ କରିବା ସହ ଅନୁବାଦ ସାହିତ୍ୟର ସମୃଦ୍ଧି ଭାରତୀୟ ଅନୁବାଦ ସାହିତ୍ୟ ତରଫରୁ ନିରନ୍ତର ପ୍ରୟାସ କରାଯାଉଛି ଏବଂ ଆସନ୍ତା ସମୟରେ ଯୁବ ଅନୁବାଦକମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବ୍ୟାପକକାର୍ଯ୍ୟକ୍ରମ ସହ ଅନୁବାଦ ପୁସ୍ତକ ପ୍ରକାଶନକୁ ଗୁରୁତ୍ୱ ଦିଆଯିବ ବୋଲି ପ୍ରକାଶ କରିଥିଲେ।

ଆଜିର କାର୍ଯ୍ୟକ୍ରମକୁ ବିହାରର ସାହିତ୍ୟିକା ଡ. ଶ୍ୱେତା କୁମାରୀ ସଂଯୋଜନା କରିଥିବା ବେଳେ ବିଶିଷ୍ଟ ପଞ୍ଜାବୀ ଅନୁବାଦକ ଜଗଦୀଶ ରାଇ କୁଲରୀନ୍ ଏବଂ ମେଘାଳୟ ର ପ୍ରସିଦ୍ଧ ଲେଖିକା ଡ. ରୁମାମଣୀ ବରୁହା ବକ୍ତା ଭାବେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ନାଗାଲାଣ୍ଡର ଯୁବ ଅନୁବାଦକ ନାଗୁଲବୁଲ୍ ନାମଦଉ,ୱକମଲୁଙ୍ଗ ନ୍ରିଙ୍ଗ,ନିଟେନଥୁ ନ୍ୱବଙ୍ଗ ; ଉତ୍ତରାଖଣ୍ଡ ର ଅଶୋକ କୁମାର, ଜ୍ୟୋତି ; ପଞ୍ଜାବରୁ ରମନଦୀପ କୈ।ର, ଜଶନଦୀପ କୈ।ର, ପ୍ରିୟା ; ଅରୁଣାଚଳ ପ୍ରଦେଶ ରୁ ରିଙ୍ଗୁ ଏଲପ୍ରା,ହେସା ମେମେ; ଆସାମ ରୁ ବନ୍ଦିତା ମୁଦିଆର ଠାକୁରୀଆ,ଡ. ଶିଖାମଣି ଶର୍ମା ; ମହାରାଷ୍ଟ୍ର ରୁ ସୁମଲ୍ୟା ଶାହାନାବାଜ୍ ବାଗୱ।ନ , ବିକ୍ରମ ମଲାନ୍ ସିନ୍ଧେ; ଓଡ଼ିଶା ରୁ ବନ୍ଦନା ସାହୁ, ସନ୍ତୋଷ କୁମାର ସାହୁ ପ୍ରମୁଖ ଯୋଗଦେଇ ବିଭିନ୍ନ ଭାରତୀୟ ଭାଷା ଏବଂ ଆଞ୍ଚଳିକ ଭାଷାରେ ଅନୂଦିତ କାବ୍ୟ ପାଠ କରିଥିଲେ। ଭାରତୀୟ ଅନୁବାଦ ସାହିତ୍ୟ ର ବରିଷ୍ଠ ସଦସ୍ୟ ସୁକୋମଳ ଦାଶ,ମଞ୍ଜୁଳା ଅସ୍ଥାନା ମହାନ୍ତି, ଜୟଶ୍ରୀ ଦୋରା, ସନାତନ ମହାକୁଡ଼ ପ୍ରମୁଖ ସଫଳ ଅନୁବାଦ ପାଇଁ ଯୁବ ଅନୁବାଦକମାନଙ୍କୁ ବିଭିନ୍ନ ମାର୍ଗଦର୍ଶନ ପ୍ରଦାନ କରିଥିଲେ।
ରିପୋର୍ଟ-ସନାତନ ମହାକୁଡ଼

Leave A Reply

Your email address will not be published.