ବର୍ଷା,ବଜ୍ରପାତ ପାଇଁ ଏହି ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର : ଭୀଷଣ ବାତ୍ୟା ମିଗ୍‌‌ଜୋମ୍‌‌ ପ୍ରଭାବରେ ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ସହ ପାଗ କୋହଲା ରହିଛି। ମଙ୍ଗଳବାର ପାଇଁ ରାଜ୍ୟର କେତେକ ସ୍ଥାନରେ ବର୍ଷା,ବଜ୍ରପାତ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କୋରାପୁଟ, ମାଲକାନଗିରି ଏବଂ ରାୟଗଡାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସହ ବଜ୍ରପାତ ପାଇଁ ଆଗାମୀ ୨ ଘଣ୍ଟା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ସଭିଁଙ୍କୁ ନିରାପଦ ସ୍ଥାନରେ ରହିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

Comments are closed.