କଣ୍ଟାବାଞ୍ଜି : ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ୟୁନିୟନ ପକ୍ଷରୁ କଣ୍ଟାବାଞ୍ଜି ଏଡିଇଏନ ଅଫିସ ସମ୍ମୁଖରେ କେନ୍ଦ୍ର ସରକାରଙ୍କ ନୂତନ ପେନସନକୁ ବିରୋଧ କରିବା ସହ ପୁରୁଣା ପେନସନ ଲାଗୁ କରିବାକୁ ବିକ୍ଷୋଭ ପ୍ରଦର୍ଶନ କରଯାଇଥିଲା । ଏହା ସହ ଏକ ଦାବିପତ୍ର ସ୍ଥାନିୟ ଏଡିଇଏନଙ୍କ ଜରିଆରେ ରେଳମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।
ଶ୍ରମିକ ୟୁନିୟନ ନରୋତ୍ତମ ମହାନନ୍ଦ କହିବା ଅନୁସାରେ ନୂତନ ପେନସନ ଯୋଗୁ ରେଲୱେରେ କାମ କରୁଥିବା କର୍ମୀଚାରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । କେନ୍ଦ୍ର କରିଥିବା ନୂତନ ପେନସନ ତୁରନ୍ତ ହଟାଇ ପୁରୁଣା ପେନସନ ଲାଗୁ କରାଯାଉ । ପେନସନ ହେଉଛି ଅବସର କର୍ମଚାରୀମାନଙ୍କ ଅଧିକାର । ଯଦି ଅବସର କର୍ମଚାରୀମାନେ ନିଜର ହକ ଅଧିକାର ଠିକ ଭାବେ ପାଇବେ ନାହିଁ ତେବେ ସେମାନେ କଣ କରିବେ ।
ତେଣୁ ରେଲୱେ ମନ୍ତ୍ରୀ ଆମର ନୂତନ ପେନସନ ଲାଗୁ କରିଥିବା ଯୋଜନା ପ୍ରତ୍ୟାହାର କରି ପୁରୁଣା ପେନସନ ଲାଗୁ କରନ୍ତୁ ବୋଲି ଦାବିପତ୍ରରେ ଉଲ୍ଲେଖ କରିଛନ୍ତି । । ଦାବିପତ୍ର ଦେବା ସମୟରେ ଶ୍ରମିକ ୟୁନିୟନ କଣ୍ଟାବାଞ୍ଜି ଶାଖା କୋଷାଧକ୍ଷ ବିଗ୍ନେଶ୍ଵର ସୁନା , ପିକେ ବନଛୋର , ଟିସି ବାଗଙ୍କ ସହ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।
Comments are closed.