ଭବାନୀପାଟଣା /କର୍ଲାପଡା( ୯|୧):ରିପୋର୍ଟ- ସନାତନ ମହାକୁଡ଼। କର୍ଲାପଡା ଠାରେ ଅନୁଷ୍ଠିତ ପ୍ରଥମ ମରୁଆ କୁମାର ଓ ରଶ୍ମିତା ନାଏକ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ର ଷଷ୍ଠ ଦିବସରେ ଜାମୁଖୁଣ୍ଟା ଓ ମଧ୍ୟପୁର ମଧ୍ୟରେ ହୋଇଥିଲା। ଏହି ମ୍ୟାଚରେ ମଧ୍ୟପୁର ବିଜୟ ହୋଇ ଫାଇନାଲ ରେ ପ୍ରବେଶ କରିଛି। ରଶ୍ମି ରଞ୍ଜନ ପ୍ରଧାନ ଓ ନିର୍ମଳ ପ୍ରଧାନ ଖେଳ ପରିଚାଳନା କରିଥିଲେ। ମୁଖ୍ୟ ଅତିଥିଭାବେ ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସ, ସମ୍ମାନିତ ଅତିଥି ଜିଲ୍ଲାପରିଷଦ ସଭ୍ୟ ଦୟାନିଧି ନାଏକ, ପ୍ରିୟବ୍ରତ ପ୍ରଧାନଙ୍କ ସମେତ ସଭାପତି ଧୃବଚରଣ ପ୍ରଧାନ, ସମ୍ପାଦକ କିଶୋର ଯୁଆଡ, ସଭ୍ୟ ଅଶ୍ୱିନ କୁମାର ପ୍ରଧାନ, ସ୍ୱରୂପ ପ୍ରଧାନ, ବୁଲୁ ଯୁଆଡ, ଅଶ୍ୱିନ ଭାଟି, ଗଜେନ୍ଦ୍ର କୁମାର, ମହେନ୍ଦ୍ର କୁମାର, ଅବକାଶ ଚନ୍ଦନ, ଗୋଲକ ବାରିକ,କାର୍ତ୍ତିକ ଚନ୍ଦନ, ରୋହନ ଯୁଆଡ,ଗୌରୀ କୁମାର,ପ୍ରତୀକ ପ୍ରଧାନ, ଟୁନୁ ମାଝୀ, ସିପୁନ ପ୍ରଧାନ,ଚେତକ ପ୍ରଧାନ, କେତନ ଯୁଆଡ, ରାହୁଲ ମିର୍ଦ୍ଧା, ଆଲୋକ ଜାଲ, ସଞ୍ଜୟ ଚନ୍ଦନ, ଆକାଶ ଦାଶ, ପ୍ରିୟାଂଶୁ ପ୍ରଧାନ, ବିକି ଜୁଆଡ଼ ପ୍ରମୁଖ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।ରାଜୀବ ଲୋଚନ ଯୁଆଡ ଏବଂ ମିଳନ କୁମାର ଧାରା ବିବରଣୀ ପ୍ରଦାନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Comments are closed.