‘ଲାଞ୍ଜିଗଡ଼ ବେଦାନ୍ତ ଗ୍ରାମୀଣ ଓଡ଼ିଶାରେ କର୍କଟ ପ୍ରତିକାର ତଥା ହ୍ରାସ ଉପରେ ସଚେତନତା ସୃଷ୍ଟି କରିଛି’

ଲାଞ୍ଜିଗଡ଼ ଓ ଭବାନୀପାଟଣାରେ ୩ଦିନବ୍ୟାପୀ ମାଗଣା କର୍କଟ ଯାଞ୍ଚ ଶିବିର ଅନୁଷ୍ଠିତ

ଲାଞ୍ଜିଗଡ଼: ଭାରତର ଅଗ୍ରଣୀ ମେଟାଲର୍ଜିକାଲ ଗ୍ରେଡ ଆଲୁମିନା ଉତ୍ପାଦନକାରୀ ବେଦାନ୍ତ ଲିମିଟେଡ ଲାଞ୍ଜିିଗଡ଼ ପକ୍ଷରୁ ଲାଞ୍ଜିଗଡ଼ରେ ତିନିଦିନିଆ କର୍କଟ ଯାଞ୍ଚ ଶିବର ଆୟୋଜିତ ହୋଇଯାଇଛି । ଜାତୀୟ କର୍କଟ ସଚେତନତା ଦିବସ ଅବସରରେ ଏହି ଅଭିଯାନ ଆରମ୍ଭ କରାଯାଇ ଲୋକମାନଙ୍କୁ ଏହି ରୋଗ ସଂପର୍କରେ ସଚେତନ କରାଯାଇଥିଲା । ଭାରତରେ ଅନ୍ୟତମ ବିଶ୍ୱସ୍ତରୀୟ କର୍କଟ ଚିକିତ୍ସା କେନ୍ଦ୍ର ବାଲକୋ ମେଡିକାଲ ସେଣ୍ଟର ସହିତ ମଳିତ ଭାବରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଶିବିରରେ ମାମୋଗ୍ରଫି, ପ୍ୟାପ ସ୍ପିୟର ପରୀକ୍ଷା(ପିଇପି) ପରି କେତେକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା କାର୍ଯ୍ୟକ୍ରମ ପାଇଁ ମୋବାଇଲ ସ୍କ୍ରିନିଂ ଭ୍ୟାନକୁ ନିଯୋଜିତ କରାଯାଇଥିଲା । ଗର୍ଭାଶୟ, ମୁଖ ଗହ୍ୱର କର୍କଟ ଚିହ୍ନଟ କରିବା ପ୍ରମୁଖ ଅଂଶ ଥିଲା । ଏହା ସହ ପରବର୍ତ୍ତୀ ଚିକିତ୍ସା ଆବଶ୍ୟକତା ପାଇଁ ରୋଗୀମାନଙ୍କୁ ବିଏମସିକୁ ରେଫର କରାଯାଇଥିଲା । ଏହି ଅଭିଯାନକୁ ସିଇଓ- ଆଲୁମିନିୟମ ବିଜିନେସ, ବେଦାନ୍ତ ଲିଃର ପ୍ରଣବ କୁମାର ଭଟାଚାର୍ଯ୍ୟ ଶୁଭାରମ୍ଭ କରିଥିଲେ । ଏହା ସହ ଡ. ପ୍ରଭାକର ଗୁପ୍ତା, ବାଲକୋର ରେଡିଏଶନ ଅଙ୍କୋଲୋଜିଷ୍ଟ ଯୋଗଦେଇଥିଲେ । ବେଦାନ୍ତ ହସପିଟାଲ ଲାଞ୍ଜିଗଡ଼ ଏହି ଅଞ୍ଚଳରେ ଅନ୍ୟତମ ମଲ୍ଟି ସ୍ପେଶିଆଲିଟି ହସପିଟାଲ ଭାବରେ କାର୍ଯ୍ୟ କରୁଛି । ଏହି ଶିବିରରେ ଲାଞ୍ଜିଗଡ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ଜିଲ୍ଲା ପରିଷଦ ସଦସ୍ୟ ଜୋନ-୨ ପରୀକ୍ଷିତ ନାଏକ, ଲାଞ୍ଜିଗଡ ସରପଞ୍ଚ ସରସ୍ୱତୀ ମୁଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୨୦୦ରୁ ଅଧିକ ଲୋକମାନଙ୍କୁ ଏହି ତିନିଦିନିଆ ଶିବିର ଦ୍ୱାରା ସେବା ଯୋଗାଇ ଦିଆଯାଇଥିଲା । ସିଇଓ ଆଲୁମିନା ବିଜିନେସ, ବେଦାନ୍ତ ଲିଃ ପ୍ରଣବ କୁମାର ଭଟାଚାର୍ଯ୍ୟ ଶୁଭାରମ୍ଭ ଅବସରରେ କହିଥିଲେ ଯେ, ଆମର ପଡ଼ୋଶୀ ଗୋଷ୍ଠୀର ସାମଗ୍ରିକ ବିକାଶ ଆମ ଅଭିବୃଦ୍ଧିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଶିକ୍ଷା, ସ୍ୱାସ୍ଥ୍ୟ ସେବା, ଜୀବିକା, ଦକ୍ଷତା ବିକାଶ, କ୍ରୀଡ଼ା ଓ ସଂସ୍କୃତିକୁ ନେଇ ଆମର ଗଭୀର ବିକାଶମୂଳକ ପଦକ୍ଷେପ ଗୁଡ଼ିକରେ ଏହା ପ୍ରତିଫଳିତ ହୋଇଛି । ଲାଞ୍ଜିିଗଡ଼ର ୬୭ଟି ଗାଁରେ ୧ଲକ୍ଷ ୨୫ହଜାରରୁ ଅଧିକ ଲୋକମାନଙ୍କୁ ସେବା ଯୋଗାଇ ଦେଇଛି । ଲାଞ୍ଜିଗଡ଼ ବେଦାନ୍ତ ଗ୍ରାମୀଣ ଓଡ଼ିଶାରେ କର୍କଟ ପ୍ରତିକାର ତଥା ହ୍ରାସ ଉପରେ ସଚେତନତା ସୃଷ୍ଟି କରିଛି। ଏହି ପରୀକ୍ଷା ଶିବିର ମାଧ୍ୟମରେ ସ୍ୱାସ୍ଥ୍ୟସେବା ଇକୋ ସିଷ୍ଟମକୁ ଆହୁରି ବ୍ୟାପକ କରାଯାଇପାରିବ ବୋଲି ପ୍ରକାଶ କରିଛନ୍ତି । କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ.ରଂଜନ ମିତ୍ର କହିଥିଲେ ଯେ, କେତେକ କ୍ୟାନସରକୁ ରୋକାଯାଇ ପାରିବ, ଯଦି ଆମେ ଏହାକୁ ପ୍ରାଥମିକ ସ୍ତରରେ ରୋକିପାରିବା ତେବେ ଏହାକୁ ଆୟତ୍ତ କରିବା ସମ୍ଭବ ହୋଇପାରିବ । ବେଦାନ୍ତ ପକ୍ଷରୁ ସାଧାରଣ ଲୋକମାନଙ୍କ ପାଇଁ ଏପରି ଏକ ପରୀକ୍ଷା ଶିବିର ଆୟୋଜନ କରାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଓ ଏଥିପାଇଁ ବେଦାନ୍ତ ଧନ୍ୟବାଦର ପାତ୍ର । ବାଲକୋ ମେଡିକାଲରେ ସର୍ଜିକାଲ, ରେଡିଏଶନ, ହେମାଟୋଲୋଜିକାଲ ଓ ପାଲିଏଟିଭ କେୟାର ପାଇଁ ବହୁ ପ୍ରକାର ସୁବିଧା ରହିଛି । ଏହା ଏକ ଅତ୍ୟାଧୁନିକ୧୭୦ ଶଯ୍ୟା ବିଶିଷ୍ଟ ଅଲଟ୍ରା ମଡର୍ନ ମଲଟି ମୋଡାଲ ନିଦାନ ଓ ଚିକିତ୍ସା କେନ୍ଦ୍ର ଭାବେ ଛତିଶଗଡ଼ର ରାୟପୁର ସହରରେ ଅବସ୍ଥିତ । ଆରମ୍ଭରୁ ବିଏମସି କର୍କଟ ଚିକିତ୍ସା, ସଚେତନତା, ଭିତିଭୂମି ଓ ପାରଦର୍ଶିତା ମଧ୍ୟରେ ରହିଥିବା ବ୍ୟବଧାନକୁ ଦୂର କରି ହଜାର ହଜାର ରୋଗୀଙ୍କୁ ଆରୋଗ୍ୟ କରାଇ ପାରିଛି । ବେଦାନ୍ତ ଲାଞ୍ଜିଗଡ଼ ବିଭିନ୍ନ ଅତିରିକ୍ତ ସ୍ୱାସ୍ଥ୍ୟ ଯତ୍ନ ସହାୟତାରେ ସ୍ଥାନୀୟ ଗୋଷ୍ଠୀଙ୍କୁ ସହାୟତା କରି ଆସୁଛି । ଏହି ଡାକ୍ତରଖାନା ହେଉଛି ଅତ୍ୟାଧୁନିକ ଚିକିତ୍ସା କେନ୍ଦ୍ର ଯେଉଁଠାରେ ଅଭିଜ୍ଞ ଡାକ୍ତର, ଫିଜିଓଥେରାପିଷ୍ଟ ଓ ଭ୍ରମଣକାରୀ ବିଶେଷଜ୍ଞ ଓ ୨୪ ଘଣ୍ଟିଆ ରେଫରାଲ ପାଇଁ ଆମ୍ବୁଲାନସ ଦ୍ୱାରା ପ୍ରତିବର୍ଷ ଏଠାରୁ ପ୍ରାୟ ୬୦ହଜାରରୁ ଅଧିକ ଲୋକ ଚିକିତ୍ସା ସେବା ପାଇଥାନ୍ତି । ମା ସନ୍ତୋଷୀ ଜନ କଲ୍ୟାଣ ହସପିଟାଲ ବେଦାନ୍ତ ଲାଞ୍ଜିଗଡ଼ ଦ୍ୱାରା ସମସ୍ତ ବଙ୍କାକୁଣ୍ଡ୍ରୁ ଅଞ୍ଚଳରେ ୯ଟି ଗ୍ରାମ ପଞ୍ଚାୟତର ଲୋକମାନେ ଏଠାରୁ ଚିକିତ୍ସା ସେବା ପାଇଥାନ୍ତି । ଏହି ଅଞ୍ଚଳଟି ଲାଞ୍ଜିଗଡ଼ର ଏକ ଦୂରବର୍ତ୍ତି ସ୍ଥାନରେ ଥିବାରୁ ସ୍ୱାସ୍ଥ୍ୟସେବା ଏହି ଅଞ୍ଚଳ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏମଏଚୟୁ ଏକ ସହାୟକ ଯାନ ଯାହା ଲୋକମାନଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ରହିଛି । ଏହା ଦୂରବର୍ତ୍ତି ଅଞ୍ଚଳର ରୋଗୀମାନଙ୍କୁ ଡାକ୍ତରଖାନାକୁ ନେବା ଆଣିବା କରିବା ପାଇଁ ରଖାଯାଇଛି । ୨୦୦୬ ମସିହାରେ ଆରମ୍ଭ ହୋଇଥିବା ଏହି ସେବା ଜରିଆରେ ୬୧ଟି ଗ୍ରାମର ୨୩ହଜାରରୁ ଅଧିକ ଲୋକ ସ୍ୱାସ୍ଥ୍ୟସେବା ସୁବିଧା ଉପଲବ୍ଧ କରିପାରୁଛନ୍ତି । ସେହିପରି ମୋତିଆବିନ୍ଦୁ ଶିବିର ଏକ ଦଶନ୍ଧିରୁ ଅଧିକ ସମୟ ଧରି ବେଦାନ୍ତ ଲାଞ୍ଜିଗଡ଼ ବାର୍ଷିକ ମୋତିଆ ବିନ୍ଦୁ ଶିବିର ପରିଚାଳନା କରି ଆସୁଛି । ନେତ୍ର ଚିକିତ୍ସାଳୟ ଲେପ୍ରା ସୋସାଇଟି, ସୋନପୁର ସହାୟତାରେ ଏହା କାର୍ଯ୍ୟ କରୁଛି । ଆର୍ଥିକ ବର୍ଷ ୨୦୨୩ରେ ୧୧୦୦ରୁ ଅଧିକ ଲୋକ ଉପକୃତ ହୋଇଛନ୍ତି । ପେହେଲି ଉଡାନ ଏହି ପ୍ରୋତ୍ସାହନ ଦ୍ୱାରା ଗ୍ରାମୀଣ ମହିଳାମାନଙ୍କ ଋତୁକାଳୀନ ସ୍ୱାସ୍ଥ୍ୟ ଓ ପରିଛନ୍ନତା ଉପରେ ବିଶେଷ ସହାୟତା ପାଇପାରୁଛନ୍ତି । ୩ହଜାରରୁ ଅଧିକ ମହିଳା ଓ ଝିଅମାନେ ଲାଭାନ୍ୱିତ ହୋଇ ପାରିଛନ୍ତି । ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ଏହି କାର୍ଯ୍ୟକ୍ରମରେ ଗର୍ଭବତୀ ମହିଳାମାନଙ୍କୁ ବ୍ୟାପକ ଓ ଗୁଣମାନର ଯତ୍ନ, ମାଗଣାରେ ସହାୟତା ପ୍ରଦାନ କରାଯାଉଛି । ବେଦାନ୍ତ ହସପିଟାଲ ଲାଞ୍ଜିିଗଡ଼ ଦ୍ୱାରା ଏହି କାର୍ଯ୍ୟକ୍ରମ ପ୍ରତିମାସରେ ୯ ତାରିଖରେ ଆୟୋଜିତ ହୋଇଥା ।

Comments are closed.