ବିଧାୟିକାଙ୍କ ଘରେ ପୁଲିସ ଘଟଣାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଛି କଳାହାଣ୍ଡି ଜିଲ୍ଳା ବିଜେଡି

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ନର୍ଲା ତହସିଲଦାରଙ୍କୁ ହତ୍ୟା ଧମକ ଅଭିଯୋଗ ଘଟଣାରେ ରାଜନୀତି ସରଗରମ ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ସ୍ୱାମୀ ତଥା ନର୍ଲା ବ୍ଲକ୍ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ବିରୋଧରେ ଅଭିଯୋଗ ଆସିଥିବା ବେଳେ, ତାଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ଚଢ଼ାଉ କରିଥିଲା ପୁଲିସ ଏହାକୁ ନେଇ କଳାହାଣ୍ଡି ଜିଲ୍ଲାରେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି ଘଟଣାକୁ ନେଇ ଭବାନୀପାଟଣା ସ୍ଥିତ ଗାନ୍ଧୀ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛି କଳାହାଣ୍ଡି ଜିଲ୍ଳା ବିଜେଡି

ପୋଲିସ କାର୍ଯ୍ୟାନୁଷ୍ଠାନକୁ ରାଜନୈତିକ କରଣ ବୋଲି ଅଭିଯୋଗ କରି ବିକ୍ଷୋଭ କରିଥିଲେ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ମାମଲାରେ ପୁଲିସ ତଦନ୍ତ ଜାରି ରହିଛି। ଗତ ଫେବୃଆରୀ ୧୫ତାରିଖରେ କେସିଙ୍ଗା ଥାନାରେ ଅଭିଯୋଗ କରିଥିଲେ ତହସିଲଦାର। ଗତକାଲି ସକାଳୁ କେସିଙ୍ଗା ପୁଲିସର ଏକ ଟିମ ମନୋରମାଙ୍କ ସରକାରୀ ବାସଭବନରେ ଚଢ଼ାଉ କରିଥିଲେ ହେଁ ବିଧାୟିକା କିମ୍ବା ତାଙ୍କ ସ୍ୱାମୀଙ୍କୁ ପାଇନଥିଲେ।

Comments are closed.