ଓଡ଼ଗାଁ,୨୮/୦୧(ରିପୋର୍ଟ-ସନାତନ ମହାକୁଡ଼): ଆଜି ଓଡ଼ଗାଁ ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଜାତୀୟ ଶିକ୍ଷାନୀତି ୨୦୨୦ ସମ୍ପର୍କିତ ଏକ ଆଲୋଚନାଚକ୍ର ଏବଂ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସମ୍ବର୍ଦ୍ଧନା ଉତ୍ସବ ଶରଣକୁଳ ସ୍ଥିତ ନାରାୟଣ ହାଇସ୍କୁଲ ଅଡିଟୋରିଅମ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି।ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ନରେଶ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ସମ୍ମାନନୀୟା ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅଧିକରୁ ଅଧିକ ସୄଜନଶୀଳ ହେବାକୁ ପରାମର୍ଶ ଦେବାସହ ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ହେବାକୁ କହିଥିଲେ ଏବଂ କାର୍ଯ୍ୟରତ ଶିକ୍ଷକ,ଶିକ୍ଷୟିତ୍ରୀମାନଙ୍କୁ ସେମାନଙ୍କ ତ୍ୟାଗ,ନିଷ୍ଠା ତଥା ସମର୍ପଣ ମନୋଭାବ ପାଇଁ ପ୍ରଶଂସା କରିବା ସହ ବିଧାନସଭା ପରିସରକୁ ପରିଦର୍ଶନ କରି ସେ ସମ୍ପର୍କରେ ଅଧିକ ଜ୍ଞାନ ଆହରଣ କରିବା ପାଇଁ ନିମନ୍ତ୍ରଣ କରିଥିଲେ।ଏହାପରେ ଅବସରଗ୍ରହଣ କରିଥିବା ଶିକ୍ଷକ, ଶିକ୍ଷୟିତ୍ରୀ, କିରାଣୀ ଏବଂ ଚତୁର୍ଥଶ୍ରେଣୀ କର୍ମଚାରୀମାନଙ୍କୁ ମାନପତ୍ର,ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ପରେ ପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ନିଜର ବକ୍ତବ୍ୟରେ ନୂତନ ଶିକ୍ଷାନୀତି ଆଧାରରେ ଶିକ୍ଷକମାନଙ୍କ କର୍ତ୍ତବ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ।ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ବନଲତା ବେହେରା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଅଧିକ ପରିଶ୍ରମୀ ଓ ସଚ୍ଚୋଟ ହେବାକୁ ପରାମର୍ଶ ଦେଇଥିଲେ।ଅତିରିକ୍ତ ବ୍ଲକ୍ ଶିକ୍ଷାଧିକାରୀ ରାଜକିଶୋର ସାହୁ ଓ ରଘୁନାଥ ମଲ୍ଲିକ, ରାଜ୍ୟ ଶିକ୍ଷକ ମହାସଂଘ ମହାସଚିବ ଜ୍ୟୋତିରଂଜନ ଦାଶ,ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ଭକ୍ତରଞ୍ଜନ ମିଶ୍ର, ଏକ୍ସକ୍ୟାଡର ସଭାପତି ଜୟକୃଷ୍ଣ ପ୍ରଧାନ ଆଦି ଉପସ୍ଥିତ ରହି ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ।ସିଆରସିସି ଯଶୋବନ୍ତ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସିଆରସିସି ଶ୍ରୀଧର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।ଶିକ୍ଷକ ରଞ୍ଜନ କୁମାର ଦାଶ,ସଚ୍ଚିଦାନନ୍ଦ ଦାସ,ସୁକାନ୍ତ କୁମାର ସାହୁ,ବିଭୁତି ଭୂଷଣ ଘଡେଇ,ପରମାନନ୍ଦ ସ୍ୱାଇଁଙ୍କ ସମେତ ସମସ୍ତ ସିଆରସିସି ଓ ଶିକ୍ଷକ ସଂଘର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Comments are closed.