ଭଦ୍ରକ: ଜଳିଗଲା ୭ ବଖରା। ୯ ଗୋରୁ ଜୀବନ୍ତ ଦଗ୍ଧ। ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ନରେନ୍ଦରପୁର ପଞ୍ଚାୟତ ଛାତ୍ରପଦା ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିଳମ୍ବିତ ରାତିରେ ନିଆଁ ଲାଗି ୭ଟି ପରିବାରର ୧୦ ବଖରା ଘର ଜଳିଯାଇଛି। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ୧୦ଗୋଟି ଗୋରୁ, ଶହେରୁ ଅଧିକ ଛେଳି ମଧ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ୧୦୦ରୁ ଅଧିକ ଧାନ ବସ୍ତା ପୋଡ଼ି ନଷ୍ଟ ହୋଇଯାଇଛି । ବର୍ତ୍ତମାନ୍ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Comments are closed.