IRS ଅଫିସରଙ୍କ ନାଁରେ ସଙ୍ଗୀନ ଅଭିଯୋଗ

କେହି ନଥିବା ବେଳେ ଯୁବତୀଙ୍କୁ ସରକାରୀ କ୍ୱାର୍ଟର୍ସରେ ବଳାତ୍କାର

ଭୁବନେଶ୍ୱର : ଆଇଆରଏସ୍ ଅଫିସରଙ୍କ ବିରୋଧରେ ବଳାତ୍କାର ଅଭିଯୋଗ । ସତ୍‌ସଙ୍ଗ ବିହାର ସରକାରୀ କ୍ବାର୍ଟର୍ସରେ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି । ଏହାସହ ବଳାତ୍କାର ସମୟରେ ଭିଡିଓ ରେକର୍ଡିଂ କରି ଭାଇରାଲ କରିବାକୁ ଧମକ ଦେଇଥିବା ନେଇ ଜଣାପଡିଛି । ଅଭିଯୋଗ ପରେ ସହୀଦନଗର ପୋଲିସ ତଦନ୍ତ ଆରମ୍ଭ କରିଛି । ଡାକ୍ତରୀ ମାଇନା ପରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି ।

ଖବର ଅନୁସାରେ, ଆଇଆରଏସ୍‌ ଅଫିସ୍‌ର ଜଣଙ୍କ ପରିବାର ସହିତ ସତସଙ୍ଗ ବିହାରରେ ରହୁଥିଲେ । ତେବେ ଗତ କିଛି ଦିନ ତଳେ ତାଙ୍କ ଭଉଣୀ ଏବଂ ଜଣେ ଯୁବତୀ ଘରକୁ ଆସିଥିଲେ । ତେବେ ସ୍ତ୍ରୀ ଏବଂ ଭଉଣୀ କୌଣସି କାମରେ ବାହାରକୁ ଯାଇଥିବା ବେଳେ ସେ ବେଡରୁମକୁ ଡାକି ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଛି । ଏପରିକି କାହାକୁ କହିଲେ କିମ୍ବା ଥାନାରେ ଏତଲା ଦେଲେ କରିଥିବା ଅଶ୍ଲିଳ ଭିଡିଓ ଭାଇରାଲ କରିବାକୁ ମଧ୍ୟ ଧମକ ଦେଇଥିଲେ । ତେବେ କିଛିଦିନ ପରେ ଯୁବତୀଜଣକ ସହିଦ ନଗର ଥାନାରେ ଏତଲା ଦେଇଥିଲେ । ଏହାପରେ ପୋଲିସ ପୀଡିତାଙ୍କ ବୟାନ ରେକର୍ଡ କରି ତଦନ୍ତ ଆରମ୍ଭ କରିଛି ।

Comments are closed.