ଇରାନ କୌଣସି ପ୍ରକାର ଆତ୍ମସମର୍ପଣ କରିବ ନାହିଁ ବୋଲି ସଂସଦର ବାଚସ୍ପତି ମହମ୍ମଦ ବାଘେର କାଲିବାଫ୍ କହିଛନ୍ତି।

ତେହରାନ : ଆମେରିକା ଓ ଇସ୍ରାଏଲ ବିରୋଧୀ ଯୁଦ୍ଧରେ ଇରାନ କୌଣସି ପ୍ରକାର ଆତ୍ମସମର୍ପଣ କରିବ ନାହିଁ ବୋଲି ସଂସଦର ବାଚସ୍ପତି ମହମ୍ମଦ ବାଘେର କାଲିବାଫ୍ କହିଛନ୍ତି। ରବିବାର ଦେଶବାସୀଙ୍କୁ ଦେଇଥିବା ଏକ ବାର୍ତ୍ତାରେ କାଲିବାଫ୍ କହିଛନ୍ତି ଯେ ଇରାନ କେବେ ବି ଶତ୍ରୁ ଆଗରେ ମଥାନତ କରିବ ନାହିଁ। ଆମେରିକାର ଚାପ ଏବଂ ଇସ୍ରାଏଲର ଆକ୍ରମଣ ଆମକୁ ଦୁର୍ବଳ କରିପାରିବ ନାହିଁ। ଆମର ସାମରିକ ଶକ୍ତି ଏବଂ ଜନସାଧାରଣଙ୍କ ସଂକଳ୍ପ ହିଁ ଆମର ସବୁଠାରୁ ବଡ଼ ଅସ୍ତ୍ର।

ସେ ଆମେରିକାକୁ ସ୍ପଷ୍ଟ ଭାବେ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ଆମେରିକା ଇରାନର ସୀମା ଲଙ୍ଘିବାକୁ ଚେଷ୍ଟା କରେ, ତେବେ ଏହାର ପରିଣାମ ଭୟଙ୍କର ହେବ। ଇରାନର କ୍ଷେପଣାସ୍ତ୍ର ଶକ୍ତି ଶତ୍ରୁର ଯେକୌଣସି ଘାଟିକୁ ଧୂଳିସାତ କରିବାକୁ ସକ୍ଷମ ବୋଲି ସେ ଦାବି କରିଛନ୍ତି। ଆମେରିକା ଆକ୍ରମଣରେ ଇରାନର ସୈନିକ ଏବଂ ସେନାଧ୍ୟକ୍ଷମାନଙ୍କ ମୃତ୍ୟୁକୁ ନେଇ ସେ କହିଛନ୍ତି ଯେ, ସେମାନଙ୍କର ରକ୍ତ ବୃଥା ଯିବ ନାହିଁ। ଇରାନ ଏହି ଅନ୍ୟାୟ ବିରୋଧରେ ଶେଷ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବ।

Comments are closed.