ଭୁବନେଶ୍ୱର : ତା ୦୮/୦୩/୨୦୨୬ ରିଖ ରବିବାର “ଲୋହିଆ ଏକାଡେମୀ”, ୟୁନିଟ-୯, ଭୁବନେଶ୍ୱର ଠାରେ ‘ପୁଣ୍ୟଉତ୍କଳ’ ମହିଳା ମହାସଂଘ ଦ୍ଵାରା ଅନ୍ତର୍ଜାତୀୟ ମହିଳା ଦିବସ-୨୦୨୬, ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ କାଯ୍ୟକ୍ରମରେ ଉଦ୍ଘାଟିକା ଭାବେ ଯୋଗ ଦେଇଥିଲେ ପ୍ରଫେସର ଡ଼. ପଦ୍ମଜା ମିଶ୍ର, ପ୍ରାକ୍ତନ କୁଳପତି ରମାଦେବୀ ବିଶ୍ଵବିଦ୍ୟାଳୟ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଶ୍ରୀମତୀ ଶୁଭଶ୍ରୀ ନନ୍ଦ (ଆଇ .ଏ. ଏସ୍), ବରିଷ୍ଠ ପ୍ରଶାସିକା ଓ କବି, ବିଶିଷ୍ଟ ଶିକ୍ଷ୍ୟାବିତ୍ ତଥା ଜଗନ୍ନାଥ ସଂସ୍କୃତି ର ଗବେଶିକା ଡକ୍ଟର ପ୍ରତିଭା ମହାରଥୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ର ସଭାନେତ୍ରୀ ଭାବେ ସଭା ପରିଚାଳନା କରିଥିଲେ ପୁଣ୍ୟ ଉତ୍କଳ ମହାସଂଘର ସଭାନେତୀ ଡ଼. ଲିପିକା ଦାସ । ସମସ୍ତ ବରେଣ୍ୟ ଅତିଥି ମାନେ ସମାଜ ଗଠନରେ ନାରୀମାନଙ୍କ ଭୂମିକା ବାବଦରେ ଗୁରୁତ୍ୱାରୋପ କରିଥିଲେ।
ସଭାର ପ୍ରାରମ୍ଭରେ ପ୍ରତିଯୋଗୀମାନେ “ସଂସ୍କୃତି ସମ୍ପର୍ଣ୍ଣ ନାରୀ ସମାଜ ଗଠନ କରେ” ସ୍ୱାଧିନତା ଆଳରେ ଉଗ୍ର ଆଧୁନିକତା ସମାଜକୁ ଅଧୋପତନ ଆଡକୁ ଟାଣିନିଏ, ଶୀର୍ଷକ ବିଷୟରେ ନିଜର ବକ୍ତୃତା ରଖିଥିଲେ । ତତ୍ପରେ ନାରୀମାନଙ୍କ ଉପରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା ଓ ଅନ୍ତିମ ପର୍ଯ୍ୟୟରେ ନାରୀ କବିମାନେ ନାରୀମାନଙ୍କର ତ୍ୟାଗ , ସହନଶୀଳତା, ସମାଜ ଗଠନରେ ନାରୀର ଭୂମିକା, ସ୍ୱାବଲମ୍ବି ହେବାପାଇଁ ସେମାନଙ୍କ ଉଦ୍ୟମ/ପ୍ରୟାସ ଉପରେ ସ୍ବରଚିତ କବିତା ପାଠ କରିଥିଲେ। ଏହି ଅଧିବେଶନରେ ସଭାପତିତ୍ୱ କରିଥିଲେ ବିଶିଷ୍ଠ ସାହିତ୍ୟିକା ପ୍ରଫେସର ଡ଼. ବିଷ୍ଣୁପ୍ରିୟା ଓତା l
ତୃତୀୟ ପର୍ଯ୍ୟାୟର ସାଧାରଣ ଅଧିବେଶନରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଚ୍ଛଅ ଜଣ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ସେମାନେ ହେଲେ ଡାଃ. ସ୍ମିତା ଶତପଥି (ଶିଶୁରୋଗ ବିଶେଷଜ୍ଞ), ଶ୍ରୀମତୀ ରେଣୁ ଚୌଧୁରୀ (ବନ୍ଧୁକ ଚାଳନା ଶିକ୍ଷା), ଶ୍ରୀମତୀ ଗୀତାଞ୍ଜଳି ଜେନା (ମହିଳା ଶିଳ୍ପଦ୍ୟୋଗୀ), ଶ୍ରୀମତୀ ସାଶ୍ଵତୀ ମିଶ୍ର (ମହିଳା ଶିଳ୍ପଦ୍ୟୋଗୀ), ସୁଶ୍ରୀ ସୁନୀତା କୁମାରୀ ପଣ୍ଡା (ସଂଘର୍ଷ ଟି. ଭି, ସାମ୍ବାଦିକତା ନିମନ୍ତେ) ଶ୍ରୀମତୀ ତ୍ରିପ୍ତି କୋଠାରୀ (ସ୍ଥାପତ୍ୟ କଳା ନିମନ୍ତେ) l ଏହି ଅବସରରେ ପୁଣ୍ୟଉତ୍କଳ ଫାଉଣ୍ଡେସନ ସହିତ ଜଡିତ ହୋଇ ନିସ୍ୱାର୍ଥପର ସେବା ପ୍ରଦାନ ନିମନ୍ତେ ରାଜ୍ଯସ୍ତରୀୟ “ପୁଣ୍ୟଉତ୍କଳ” ସମ୍ମାନରେ ୧୫ ଜଣ ସାମାଜସେବୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା l
Sign in
Sign in
Recover your password.
A password will be e-mailed to you.
Prev Post
Comments are closed.