ଖଡଗପୁର (୩୧/୩): ଗତ ୨୯ ତାରିଖ ରବିବାର ଦିନ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ବିଶ୍ବାୟନ ସାହିତ୍ଯ ସଂସଦ, ଖଡ଼ଗପୁର ଓ ତଥା ଦୈନିକ ଓଡ଼ିଆ ସମ୍ବାଦପତ୍ର ‘ଅପରାହ୍ଣ ‘ର ପ୍ରବାସୀ ସାହିତ୍ଯ ମଞ୍ଚର ମିଳିତ ସହଯୋଗରେ ଏକ ବର୍ଣ୍ଣାଢ୍ୟ ସାରସ୍ୱତ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅନୁଷ୍ଠାନରେ ମୁଖ୍ଯ ଅତିଥି ବିଶିଷ୍ଟ କଥାକାର ଗିରୀଶ ଚନ୍ଦ୍ର ସାହୁ , ମୁଖ୍ଯ ବକ୍ତା ନାଟ୍ଯଗୌରବ ବିଭୂତି ଭୂଷଣ ପଟ୍ଟନାୟକ, ସମ୍ମାନିତ ଅତିଥି ସମ୍ପାଦକ ‘ଅପରାହ୍ଣ ‘ତଥା ରାଜ୍ଯ ସଭାପତି ଓଡ଼ିଶା କ୍ଷୁଦ୍ର ଓ ମଧ୍ଯମ ସମ୍ବାଦପତ୍ର ସଙ୍ଗଠନ ଶ୍ରୀଯୁକ୍ତ ବଂଶୀଧର ଜେନା, ବିଶିଷ୍ଟ ଅତିଥି ଭାବରେ ଶ୍ରୀମତୀ ଲକ୍ଷ୍ମୀପ୍ରିୟା ଦାସ, ପ୍ରକାଶିକା ‘ ଶ୍ରୀଲିପ୍ତା ପ୍ରିଣ୍ଟ ମିଡ଼ିଆ’ ବାଲେଶ୍ବର ଏବଂ ଓଡିଶା , ପଶ୍ଚିମବଙ୍ଗ, ଝାଡ଼ଖଣ୍ଡରୁ ବହୁ ବିଶିଷ୍ଟ କବି, ଲେଖକ,ଅନୁବାଦକ ତଥା ସାହିତ୍ୟିକ ଯୋଗଦେଇଥିଲେ ।


କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ଯାୟରେ ବହୁଭାଷୀ କବିତା ଆସର ଓ ସମ୍ବର୍ଦ୍ଧନାପର୍ବ ଏବଂ ୨ୟ ପର୍ଯ୍ୟାୟରେ ଆଲୋଚନାଚକ୍ର ସହିତ ଆଠ ଖଣ୍ଡ ପୁସ୍ତକର ଉନ୍ମୋଚନ ହୋଇଥିଲା। । ଡ. ଗଗନ ଚନ୍ଦ୍ର ଦେଙ୍କ ‘ଗୁରୁଗରିମାମଞ୍ଜରୀ’ , ଶ୍ରୀଯୁକ୍ତ ପବିତ୍ର ମୋହନ ଜେନାଙ୍କ ‘ଲଣ୍ଠନ ଓ ଅନ୍ଯାନ୍ଯ ଗଳ୍ପ’, ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ପ୍ରଧାନଙ୍କ ‘ସମ୍ପର୍କ ଖୋଜୁଥିବା କଇଁଚ’ ,ଡ.ନିର୍ମଳ ବେରାଙ୍କ ‘ରବୀନ୍ଦ୍ର ନାଥ : ସ୍ରଷ୍ଟା ଓ ସୃଷ୍ଟି ‘, ଶ୍ରୀଯୁକ୍ତ ବରୁଣ କୁମାର ଦାସଙ୍କ ‘କବିତା ଘରେ ବର୍ଷା ରାତିର ଶବ୍ଦ’ , ଶ୍ରୀଯୁକ୍ତ ସୁଧାଂଶୁ ଶେଖର ଦ୍ବିବେଦୀଙ୍କ ‘ସମାଜ ସଂସାର ସଂସ୍କୃତି’ ଓ ‘ସୁଧାଂଶୁ ଶେଖରଙ୍କ ଶହେଟି କବିତା’ , ସତ୍ଯ ସୁନ୍ଦର ସାମନ୍ତଙ୍କ ‘The Nilagiri Poems’ ପ୍ରଭୃତି ଆଠ ଖଣ୍ଡ ପୁସ୍ତକ ଉନ୍ମୋଚିତ ହୋଇଥିଲା ।
ରିପୋର୍ଟ-ସନାତନ ମହାକୁଡ଼।

