ସ୍ତ୍ରୀକୁ ମାରି ପାଇଖାନା ଟାଙ୍କିରେ ଲୁଚାଇଥିଲା ସ୍ବାମୀ, ପର୍ଦ୍ଦାଫାସ୍ କରିଦେଲା ୪ ବର୍ଷର ପୁଅ

ମାଆକୁ ମାରି ବାପା ଲୁଚାଇଥିବା ସୂଚନା ଦେଇଥିଲା ପୁଅ। ଗ୍ରାମବାସୀଙ୍କ ସହାୟତାରେ ପାଇଖାନା ଟାଙ୍କିରୁ ମୃତଦେହ ଉଦ୍ଧାର।

0

ନବରଙ୍ଗପୁର :  ନବରଙ୍ଗପୁର ରାଇଘର ଥାନା ବରଗାଁରେ ବୀଭତ୍ସ ହତ୍ୟାକାଣ୍ଡ। ସ୍ତ୍ରୀକୁ ହତ୍ୟା କରି ପାଇଖାନା ଟାଙ୍କିରେ ଲୁଚେଇ ରଖିଥିଲା ସ୍ୱାମୀ। ବାପାର ଏଭଳି ଜଘନ୍ୟ କାଣ୍ଡର ପର୍ଦ୍ଦାଫାସ୍ କରିଛି ୪ ବର୍ଷର ପୁଅ। ଦୁଇ ଦିନ ତଳେ ସ୍ବାମୀ ସୁବାସ ଗଣ୍ଡ ନିଜ ପତ୍ନୀ ମନେଇ ଗଣ୍ଡ କେଉଁଆଡେ ପଳାଇଥିବା ଗ୍ରାମବାସୀଙ୍କୁ କହିଥିଲେ। କିନ୍ତୁ ୪ ବର୍ଷର ପୁଅ ଖୋଲିଲା ବାପାର କଳା କାରନାମା। ମାଆକୁ ବାପା ହତ୍ୟା କରିଥିବା କହିଛି ସାନ ପୁଅ। ଘଟଣା ସମ୍ପର୍କରେ ଗ୍ରାମବାସୀ ପୋଲିସକୁ ଖବର ଦେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାଇଖାନା ଟାଙ୍କିରୁ ମୃତଦେହକୁ ଉଦ୍ଧାର କରିଛି। ହତ୍ୟାକାରୀ ସୁବାସ ଗଣ୍ଡଙ୍କୁ ପୋଲିସ ଗିରଫ କରି ତଦନ୍ତ କରୁଛି।

Leave A Reply

Your email address will not be published.