ହୋଟେଲ ମାଲିକଙ୍କୁ ହତ୍ୟା

କିଏ ଏବଂ କାହିଁକି ମାରିଲା ତାହା ଅସ୍ପଷ୍ଟ ?

ସୋର ୧୬/୦୨: ହୋଟେଲ୍ ମାଲିକଙ୍କୁ ବିଭତ୍ସ ହତ୍ୟା ! ଶୋଇଥିବା ବେଳେ ହୋଟେଲ ମାଲିକଙ୍କୁ କେହି ଦୁର୍ବୃତ୍ତ ମାରିଦେଇଛନ୍ତି । ଏଭଳି ଅଭିଯୋଗ ଆସିଛି ବାଲେଶ୍ବର ଜିଲ୍ଲା ସୋର ଅନ୍ତର୍ଗତ ସିମୁଳିଆ ଥାନା ଅଞ୍ଚଳରୁ। ଜୟ ମା’ ଦୁର୍ଗ ହୋଟେଲ ମାଲିକ ଗଜେନ୍ଦ୍ର ପଣ୍ଡାଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସ୍ଥାନୀୟ ଲୋକଙ୍କ ସୂଚନ ଅନୁଯାୟୀ, ଗତକାଲି ମହାଶିବରାତ୍ରି ଥିବାରୁ ହୋଟେଲ୍ ସନ୍ଧ୍ୟା ୭ଟା ଯାଏ ଚାଲିଥିଲା। ରୋଷେୟା କାମ ସାରି ଘରକୁ ଫେରିଯାଇଥିଲା। ହେଲେ ହୋଟେଲ୍‌ରେ ବାସନ ମଜା ମଜି କରୁଥିବା ପିଲା ଓ ମାଲିକ ଖାଇପିଇ ଶୋଇପଡ଼ିଥିଲେ। ସବୁ ଦିନ ପରି ସକାଳୁ ବାସନ ମାଜୁଥିବା ପିଲା ହୋଟେଲ୍ ଝାଡ଼ୁ କରିଥିଲେ। ପରେ ଯେତେ ବେଳେ ମାଲିକଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲା ସେତେ ବେଳେ ଗଜେନ୍ଦ୍ର ଉଠିନଥିଲେ । ଏନେଇ ସେ ସିମୁଲିଆ ପୁଲିସ ସୂଚନା ଦେଇଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସେପଟେ ହୋଟେଲ ମାଲିକଙ୍କ ଭାଇ ସୁରେନ୍ଦ୍ର ପଣ୍ଡା ହତ୍ୟା ଅଭିଯୋଗ ଆଣିଛନ୍ତି। ତାଙ୍କ ଭାଇଙ୍କ ମୁଣ୍ଡ ଓ ଶରୀର ଗଭୀର ଆଘାତ ରହିଛି । ଦୁର୍ବୃତ୍ତମାନେ ଗଜେନ୍ଦ୍ରଙ୍କୁ ମାରିବା ପରେ ତାଙ୍କୁ ସ୍କୁଟି ଓ ଟଙ୍କା ଲୁଟ୍ କରିନେଇଥିବା ସେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ସମୁଳିଆ ପୁଲିସ ହୋଟେଲ୍ ରୋଷେୟାକୁ ପଚରା ଉଚରା କରୁଛି । ସାଇଣ୍ଟିଫିକ୍ ଟିମ୍ ପୁଙ୍ଖାନୁପୁଙ୍ଖ ଛାନଭିନ୍ କରୁଛି ।

Comments are closed.