ଗୁଜୁରାଟରେ ରିଲାଏନ୍ସର ନିବେଶ ବୃଦ୍ଧି ପାଇ ୭ ଲକ୍ଷ କୋଟି ହେବ ।

ଗୁଜରାଟ: ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଗୁଜରାଟ ପାଇଁ ଏକ ପ୍ରମୁଖ ପୁଞ୍ଜିନିବେଶ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ରବିବାର ରାଜକୋଟରେ ବାଣିଜ୍ୟ ପ୍ରଦର୍ଶନୀର ଉଦଘାଟନ ଅବସରରେ ଅମ୍ବାନୀ କହିଥିଲେ ଯେ ରିଲାଏନ୍ସ ଗତ ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟରେ ୩.୫ ଲକ୍ଷ କୋଟି ଟଙ୍କା ନିବେଶ କରିଛି, ଯାହାକୁ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଦ୍ୱିଗୁଣିତ କରି ୭ ଲକ୍ଷ କୋଟି ଟଙ୍କା କରାଯିବ।

ଏଥିସହିତ ମୁକେଶ ଅମ୍ବାନୀ କହିଛନ୍ତି ଯେ ରିଲାଏନ୍ସ ପୂର୍ବରୁ ଗୁଜୁରାଟର ସବୁଠାରୁ ବଡ଼ ନିବେଶକ ରହିଛି ଏବଂ ଏହି ନୂତନ ନିବେଶ ବ୍ୟାପକ ନିଯୁକ୍ତି, ଜୀବିକା ଏବଂ ସମୃଦ୍ଧିର ସୁଯୋଗ ସୃଷ୍ଟି କରିବ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ପ୍ରଶଂସା କରି କହିଛନ୍ତି ଯେ ଆଜି ଭାରତ ବିଶ୍ୱ ସ୍ତରରେ ଆତ୍ମବିଶ୍ୱାସର ସହିତ ଆଗକୁ ବଢ଼ୁଛି।

Comments are closed.