୬୦ କିଲୋ ୪୦୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ

ଫୁଲବାଣୀ:  ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ଫିରିଙ୍ଗିଆ ଠାରୁ ସାଡୀଙ୍ଗିଆକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଲେଣ୍ଡ୍ରିଗାଁ ଘାଟି ନିକଟରେ ଗଞ୍ଜେଇ ଭର୍ତ୍ତି ହୋଇ ଦ୍ରୁତ ଗତିରେ ଆସୁଥିବା ଏକ ଅଟୋକୁ ରବିବାର ସକାଳୁ ଯାଞ୍ଚ କରିଥିଲେ। ଅଟୋରେ ଥିବା ଗଞ୍ଜେଇ ମାଫିଆକୁ ପୁଲିସ ଗିରଫ କରିବାରେ ସଫଳ ହୋଇଥିଲା। ତେବେ ପୁଲିସକୁ ଦେଖି ଅଟୋରେ ଡ୍ରାଇଭର କୌଶଳକ୍ରମେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଯାଞ୍ଚ ପରେ ଅଟୋରୁ ପୁଲିସକୁ ୬୦ କିଲୋ ୪୦୦ ଗ୍ରାମ ଗଞ୍ଜେଇ ଗଞ୍ଜେଇ ମିଳିଥିଲା। ପୁଲିସ ଅଟୋ ସହିତ ସମସ୍ତ ଗଞ୍ଜେଇ ଜବତ କରିଥିଲା। ଫିରିଙ୍ଗିଆ ଥାନାରେ ୨୨୩/୨୩ ରେ ଏକ ମାମଲା ରୁଜୁ  ପରେ ଗଞ୍ଜେଇ ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି।

ଗିରଫ ଗଞ୍ଜେଇ ମାଫିଆ ଜଣକ କନ୍ଧମାଳ ଜିଲା ବାଲିଗୁଡା ଥାନା ଲଣ୍ଡା ଗାଁର ଗୁଳାପ ବେସ୍ରାଙ୍କ ପୁଅ ସିମାଞ୍ଚଳ ବେସ୍ରା ବୋଲି ଜଣା ପଡ଼ିଛି। ଅଭିଯୁକ୍ତ  ଜଣେ ପେସାଦାର ଗଞ୍ଜେଇ ମାଫିଆ ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜାଣିପାରିଛି। ଅନ୍ୟପଟେ ଅଭିଯୁକ୍ତ ଜଣକ ଫିରିଙ୍ଗିଆ ବ୍ଲକ ଜାଜେସପାଙ୍ଗା ଅଞ୍ଚଳରୁ ବାଲିଗୁଡାକୁ ଏହି ଗଞ୍ଜେଇକୁ ଚାଲାଣ କରୁଥିବା ସୂଚନା ମିଳିଛି। ଜବତ ଅଟୋଟି ମଧ୍ୟ୍ୟ ଏହି ଜାଜେସପାଙ୍ଗା ଅଞ୍ଚଳର ହୋଇଥିବା ବେଳେ ଫେରାର ଅଟୋ ଡ୍ରାଇଭରର ନାମରେ ମଧ୍ୟ ମାମଲା ରୁଜୁ ହୋଇଛି। ଖୁବ ଶୀଘ୍ର ଡ୍ରାଇଭରକୁ ମଧ୍ୟ ଧରାଯିବ ଗିରଫ କରାଯିବ ବୋଲି ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି।

Comments are closed.