ଗଜପତି (ମନୋଜ ପାଢ଼ୀ) –: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ । ଏହି ସଚେତନତା ରଥ ବିଭିନ୍ନ ବ୍ଲକ ଓ ପଞ୍ଚାୟତରେ ଥିବା ପ୍ୟାକସ୍ ଓ ଲ୍ୟାମ୍ପସ ବୁଲି ଚାଷୀଙ୍କୁ ସଚେତନ କରିବ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମୂନିନ୍ଦ୍ର ହନାନଗା, ଡି ଆର୍ ସି ଏସ ହରିହର ସେଠ୍, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏମ୍ ପ୍ରକାଶ ରାଓ, ଜଙ୍ଗଲପାଡୁ ପ୍ରାଥମିକ ସମବାୟ ସମିତି ସଂପାଦକ ବାବୁଲି ସାମଲ , ଆର୍ ଏମ୍ ସି ଏକାଉଟାଣ୍ଟ ମନୋଜ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।