ମୟୂରଭଞ୍ଜ : ମୟୂରଭଞ୍ଜ ଜିଲାରେ ବନ୍ଧୁକ ଦେଖାଇ ଅଳଙ୍କାର ବ୍ୟବସାୟୀଙ୍କୁ ଲୁଟିଲେ ଦୁର୍ବୃତ୍ତ । ପ୍ରାୟ ଅଧକେଜି ରୁପା ଅଳଙ୍କାର ଲୁଟ କରିଥିବା ସୂଚନା ।
ଘଟଣା ଅନୁସାରେ ଖୁଣ୍ଟା ଥାନା ଅଧୀନ ଧନାପନା ଗ୍ରାମର ରୂପା ଅଳଙ୍କାର ବ୍ୟବସାୟୀ କମଲ ଲୋଚନ ରଣାଙ୍କ ଠାରୁ ରୁପା ଅଳଙ୍କାର ଲୁଟ ହୋଇଛି । ସ୍ଥାନୀୟ କହ୍ନେଇବନ୍ଧ ହାଟରେ ଥିବା ନିଜ ଅଳଙ୍କାର ଦୋକାନରୁ ଫେରିବା ସମୟରେ ତାଙ୍କ ଘର ସମ୍ମୁଖରେ ୫ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଅଟକାଇଥିଲେ । ଅଟକାଇବା ସହ ଧମକ ଦେଇ ପ୍ରାୟ ୫୦୦ ଗ୍ରାମ ଓଜନର ରୂପା ଅଳଙ୍କାର ଲୁଟିନେଇଛନ୍ତି । ସଂପୃକ୍ତ ବ୍ୟବସାୟୀ ଉକ୍ତ ସାପ୍ତାହିକ ହାଟରେ ନିୟମିତ ବ୍ୟବସାୟ କରି ଆସୁଛନ୍ତି । ଆଜି ସନ୍ଧ୍ୟା ସମୟରେ ଘରକୁ ଫେରୁଥିବା ସମୟରେ ଏପରି ଘଟଣା ଘଟିଥିଲା ।
Comments are closed.