ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ ।

ଟଙ୍ଗୀ : ୨୯/୦୮: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧିନସ୍ଥ ସତସଙ୍ଗ ବିହାର ନିକଟରେ ଏକ ଅଭାବନୀୟ ଘଟଣା ଘଟିିଛି । ଜଣେ ଯୁବକଙ୍କର ମୃତଦେହ ଗଛରେ ଝୁଲୁଥିବାର ଦେଖିବାକୁ ମିଳିଛି । ଯୁବକଙ୍କ ବୟସ ପ୍ରାୟ ୪୦ ଭିତରେ ହେବ ବୋଲି ଅନୁମାନ କରାଯାଉଛି । ତାଙ୍କ ଶରୀରରେ ଏକ ସବୁଜ ରଙ୍ଗର ଅନ୍ତଃବସ୍ତ୍ର ରହିଛି । ଗାମୁଛା ବେକରେ ଲଗାଇ ଯୁବକ ଜଣକ ଗଛରେ ଝୁଲି ପଡିଛନ୍ତି । ଯୁବକ ଜଣଙ୍କ କିଏ ଏବଂ ସେ କାହିଁକି ଆତ୍ମହତ୍ୟା କଲେ ତାହା ଜଣାପଡ଼ିନାହିଁ । ପୋଲିସର ତଦନ୍ତ ପରେ ପରିଚୟ ସହ କାରଣ ସାମ୍ନାକୁ ଆସିବ ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।

Comments are closed.