କଲକାତା ( ୧୨/୨): ଗତ ବୁଧବାର ସନ୍ଧ୍ୟାରେ ଲୋକାର୍ପିତ ହେଲା ମାସିକ ଇ- ପତ୍ରିକା “ସୂର୍ଯ୍ୟପ୍ରଭା” ର ଦ୍ଵିତୀୟ ବର୍ଷ ତୃତୀୟ ଅଙ୍କ । ସରସ୍ୱତୀ ବନ୍ଦନା ସହିତ ଉତ୍ସବର ଶୁଭାରମ୍ଭ କରିଥିଲେ ସମ୍ପାଦକ ଡା ବାମନ ଚନ୍ଦ୍ର ଦୀକ୍ଷିତ। ବିଶିଷ୍ଟ କବୟିତ୍ରୀ ଶ୍ରୀମତୀ ମୈତ୍ରେୟୀ କମିଳାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବହୁ ସ୍ୱନାମଧନ୍ୟ କବି , କବୟିତ୍ରୀ ଏବଂ ସାହିତ୍ୟକାରଙ୍କ ଉପସ୍ଥିତି ସଭାକୁ ଶୋଭା ମଣ୍ଡିତ କରିଥିଲା । ଡା ବାମନ ଚନ୍ଦ୍ର ଦୀକ୍ଷିତ ସୂର୍ଯ୍ୟପ୍ରଭାର ସଫଳ ଯାତ୍ରା ପାଇଁ ସମସ୍ତ କବି ସାହିତ୍ୟିକମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ , ଉପସ୍ଥିତ ସମସ୍ତ କବି କବୟିତ୍ରୀ ମାନଙ୍କ ଉପସ୍ଥିତି କୁ ପ୍ରଣାମ ପୂର୍ବକ “ସୂର୍ଯ୍ୟପ୍ରଭା”ର ଲୋକାର୍ପଣ ସମ୍ପନ୍ନ ହେଲା । ସମ୍ପାଦକ ଡା. ବାମନ ଚନ୍ଦ୍ର ଦୀକ୍ଷିତ ସେ ସମସ୍ତ କବି /ଲେଖକ ଯେଉଁମାନଙ୍କ ଲେଖା ପ୍ରକାଶିତ ହେଉଛି ମାତ୍ର ବିମୋଚନ ଉତ୍ସବରେ ଯୋଗ ଦେଉନାହାନ୍ତି , ସେମାନଙ୍କୁ ଆଗାମୀ ସମୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ତତ୍ ପଶ୍ଚାତ ବିଶିଷ୍ଟ କବୀ କଳ୍ପନା ମିଶ୍ରଙ୍କ ପରିଚାଳନାରେ କବିତା ଆସର ଆରମ୍ଭ ହୋଇଥିଲା । ବିଶିଷ୍ଟ କବି ହେମନ୍ତ ବରାଇ , ଡ଼.ବାମନ ଚନ୍ଦ୍ର ଦୀକ୍ଷିତ , ଅରୁଣ ମହାପାତ୍ର , ବରୁଣ କୁମାର ଦାସ , ସନାତନ ମହାକୁଡ଼ , ପ୍ରଦ୍ୟୁମ୍ନ ଭୁତିଆ , ଟଂକଧର ଭେଶ୍ରା , ସୁଧାଂଶୁ ମିଶ୍ର , ପ୍ରଭାତ ଆଚାର୍ଯ୍ୟ ଏବଂ ବିଶିଷ୍ଟ କବୟିତ୍ରୀ କଳ୍ପନା ମିଶ୍ର , ଚନ୍ଦ୍ରା ମିଶ୍ର , ମୈତ୍ରେୟୀ କମିଳା , ମଧୁସ୍ମିତା ମହାପାତ୍ର , ସୁବାସିନୀ ଦାଶ , ଜୟନ୍ତୀ ନାୟକ , ସ୍ନେହସ୍ମିତା ମଲ୍ଲିକ , ମଞ୍ଜୁଲତା ସିଂହ , ଅସୀମା ଖୁଣ୍ଟିଆ , ଜୟନ୍ତୀ ନାୟକ , ମନୋରମା ସାହୁ ,ପୁଷ୍ପାଞ୍ଜଳି ପତ୍ରି, ସ୍ୱରଚିତ କବିତା ପାଠ କରିଥିଲେ । ବିଶିଷ୍ଟ କବୟିତ୍ରୀ ମୈତ୍ରେୟୀ କମିଳାଙ୍କ ସମୀକ୍ଷା ସମସ୍ତଙ୍କୁ ବିମୋହିତ କରିଥିଲା । ଅନ୍ତିମ ପର୍ଯ୍ୟାୟରେ ଧନ୍ୟବାଦ ଅର୍ପଣ ଏବଂ ଶାନ୍ତି ପାଠ କରି ସଭା ସମାପ୍ତ କରାଯାଇଥିଲା ।
ରିପୋର୍ଟ-ସନାତନ ମହାକୁଡ଼।
Sign in
Sign in
Recover your password.
A password will be e-mailed to you.
Prev Post
Next Post
Comments are closed.