ମକର ସଂକ୍ରାନ୍ତି ପାଇଁ ଧବଳେଶ୍ୱର ପୀଠରେ ଅସମ୍ଭାଳ ଭିଡ଼

କଟକ : ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ମକର ସଂକ୍ରାନ୍ତି ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ପ୍ରଭୁଙ୍କ ଦର୍ଶନ ଓ ପୂଜା ପାଇଁ ଭୋର ୫ଟାରୁ ଶ୍ରଦ୍ଧାଳୁମାନେ ଦର୍ଶନ ପାଇଁ ଭିଡ଼ ଲଗାଇଥିଲେ। ଶ୍ରଦ୍ଧାଳୁଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଚୌଦ୍ୱାର ଏସଡିପିଓ ଉମାକାନ୍ତ ରାଜ, ସ୍ଥାନୀୟ ଥାନା ଅଧିକାର ସୁମନ୍ତ କିସାନ ଓ ଫୋର୍ସମାନେ ସହାୟତା କରିଥିଲେ। ଭୋର ୪ଟାରୁ ମକର ସଂକ୍ରାନ୍ତି ପାଇଁ ପ୍ରଭୁଙ୍କ ପହଡ ଖୋଲାଯାଇ ଆଳତୀ, ଧୂପ, ସ୍ନାନ, ନୀତିକାର୍ଯ୍ୟ ସଂପନ୍ନ ପରେ ଖେଚୁଡି ଭୋଗ ଅର୍ପଣ କରାଯାଇଥିଲା। ଭୋର ୫ଟାରେ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରାଯାଇଥିଲା। ସୋମବାର ଭୋରରୁ ଦେବୋତ୍ତର ସୁପରଭାଇଜର ଭବାନୀଶଙ୍କର ପଣ୍ଡାଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ନୀତିପାଳିଆ ଭୀମସେନ ପତ୍ରୀ ପ୍ରଭୁଙ୍କ ନୀତିକାର୍ଯ୍ୟ ସଂପନ୍ନ କରିଥିଲେ। ଅପରାହ୍ନ ୧ଟାରେ ମକର ଭୋଗ ପ୍ରଭୁଙ୍କୁ ଅର୍ପଣ କରାଯାଇଥିଲା। ଅପରାହ୍ନ ୩ଟାରେ ପ୍ରଭୁଙ୍କ ଚଳନ୍ତି ପ୍ରତିମାକୁ ବେଢ଼ା ପରିକ୍ରମା କରାଯାଇଥିଲା। ଯାହାକୁ ଶ୍ରଦ୍ଧାଳୁମାନେ ମନଭରି ଦର୍ଶନ କରିଥିଲେ।

Comments are closed.