ଦେଶର ଶ୍ରେଷ୍ଠ ୧୫ ସହର ମଧ୍ୟରେ ରାଉରକେଲା

ରାଉରକେଲା: ରାଉରକେଲା ଦେଶର ପ୍ରମୁଖ ଶ୍ରେଷ୍ଠ ୧୫ ସହର ମଧ୍ୟରେ ସ୍ଥାନ ପାଇଛି। ଆର୍‌ଏମ୍‌ସି କମିସନର ଡାକ୍ତର ଶୁଭଙ୍କର ମହାପାତ୍ର ଏହି ସୂଚନା ଦେଇଛନ୍ତି। ୨୦୨୩ ହକି ବିଶ୍ବକପ୍‌ ପୂର୍ବରୁ ସହରର ସୌନ୍ଦର୍ଯ୍ୟକରଣ, ପାଦଚଲା ରାସ୍ତା, ସାଇକଲଚାଳନା ଟ୍ରାକ୍‌ ଆଦି ବିକାଶମୂଳକ କାମ ପାଇଁ ରାଉରକେଲାକୁ ଦେଶର ଶ୍ରେଷ୍ଠ ୧୫ଟି ସହରରେ ସାମିଲ କରାଯାଇଛି। ଦେଶର ୫୦ଟି ସହରକୁ ନେଇ ହୋଇଥିବା ପ୍ରତିଯୋଗିତାରେ ରାଉରକେଲାକୁ ୧୫ତମ ସ୍ଥାନ ମିଳିଛି। କେନ୍ଦ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ରାଉରକେଲା ସହରକୁ ସାମିଲ କରାଯାଇଥିଲା।

ସ୍ମାର୍ଟସିଟି ରାଉରକେଲା ଶ୍ରେଷ୍ଠ ସହର ତାଲିକାରେ ସ୍ଥାନ ପାଇବା ସହରବାସୀଙ୍କ ପାଇଁ ଖୁସିର ଖବର ହୋଇଥିଲେ ବି ହକି ବିଶ୍ବ କପ୍‌ ପୂର୍ବରୁ ସହରରେ ଯେଉଁ ସୌନ୍ଦର୍ଯ୍ୟକରଣ କାମ ଓ ବିକାଶ ​ହୋଇଥିଲା, ତା’ର ବାସ୍ତବ ଚିତ୍ରକୁ ନେଇ ଲୋକେ ଅସନ୍ତୁଷ୍ଟ ଅଛନ୍ତି। ନିମ୍ନମାନର କାମ ଯୋଗୁଁ ବହୁ ସ୍ଥାନରେ ରାସ୍ତାଘାଟ, ପାଦଚଲା ରାସ୍ତା ଦବିଯାଇଛି। ଦାମିଚାରା ଅଧିକାଂଶ ସ୍ଥା‌ନରେ ଉଭାନ ହୋଇଯାଇଛି। ବିମାନବନ୍ଦର ପାର୍ଶ୍ବ ବିଶାଳ ହକି ମୂର୍ତ୍ତି ବର୍ଷେ ନ ଯାଉଣୁ ଭାଙ୍ଗିଯାଇଛି। କେବଳ ଏତିକି ନୁହେଁ, ଅନେକ ପ୍ରକଳ୍ପ ନିମ୍ନମାନର ହୋଇଥିବା ନେଇ ବିରୋଧୀ ରାଜନୈତିକ ଦଳଗୁଡ଼ିକ ପ୍ରଶ୍ନ ଉଠାଇଛନ୍ତି।

Comments are closed.