ନାରୀ ଶକ୍ତି ବନ୍ଦନ ଅଧିନିୟମ ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କଲେ ଉପମୁଖ୍ୟମନ୍ତ୍ରୀ

0

ଭୁବନେଶ୍ଵର : ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ପ୍ରସଙ୍ଗରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ଏପ୍ରିଲ ୧୬ରୁ ୧୮ ଯାଏଁ ୩ ଦିନ ସଂସଦରେ ନାରୀ ଶକ୍ତି ପାଇଁ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି। ସଂସଦରେ ମହିଳା ସଂରକ୍ଷଣ ପାଇଁ ସ୍ବତନ୍ତ୍ର ଅଧିବେଶନ କରାଯାଇ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଲାଗୁ କରାଯିବ। ଏହା ବିକଶିତ ଭାରତର ସ୍ୱପ୍ନର ସଫଳ ରୂପାୟନ କରିବା ପାଇଁ ଆଧାରଶୀଳା ହେବ। ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ସମର୍ଥନ କରିବା ପାଇଁ ୯୬୬୭୧୭୩୩୩୩ ରେ ମିସ୍ଡ କଲ୍ କରିବାକୁ ଆହ୍ୱାନ କରାଯାଇଛି।

ଏହି ଅବସରରେ ପଦଯାତ୍ରା, ସ୍କୁଟି ଶୋଭାଯାତ୍ରା ଓ ସଭା ମାଧ୍ୟମରେ ନାରୀଶକ୍ତିର ବିଜୟର ଏହି ଦିନଗୁଡ଼ିକୁ ଆହୁରି ସ୍ମରଣୀୟ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ନାରୀମାନଙ୍କ ଅଧିକାର ପାଇଁ ସାତ ସୁତ୍ରି ଫର୍ମୁଲା ଆପଣା ଯାଇଛି। ସମ୍ମାନ, ସୁରକ୍ଷା, ସମାନତା, ସହଭାଗିତା, ସଶକ୍ତିକରଣ, ସ୍ବାବଲମ୍ବୀ, ସମ୍ମାନଜନକ ନେତୃତ୍ବ ଏହାକୁ ଆଧାର କରି ମହିଳା ସଂରକ୍ଷଣ ବିଲ୍ ପାରିତ କରାଯିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.