ବିପୁଳ ପରିମାଣର କଫସିରଫ୍ ଜବତ
ସୋନପୁର: ସୋନପୁର ପୁଲିସକୁ ବଡ ସଫଳତା । ବିପୁଳ ପରିମାଣର କଫ ସିରଫ ଜବତ କରିବା ସହ ଘଟଣାରେ ଜଣଙ୍କୁ ଗିରଫ କରିଛି ପୁଲିସ । ପୁଲିସର ଚଢାଉ ବେଳେ ୩ଜଣ ଫେରାର ହୋଇଥିବା ବେଳେ ୨ଟି ଗାଡି ଜବତ ହୋଇଛି । ଆଜି ୨ଟି ଗାଡ଼ିରେ କଫ ସିରଫ ଚାଲାଣ ହେଉଥିବା ବିଶ୍ଵସ୍ଥ ସୂତ୍ରରୁ ଖବର ପାଇଁ ଫିଲ୍ମ ଷ୍ଟାଇଲରେ ପିଛା କରିଥିଲା ରାମପୁର ପୁଲିସ ।
ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ସାହାଜବାହାଲ ଗାଁ ନିକଟରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବୋଲେରୋ ପିକଅଫ ଓ ହୋଣ୍ଡା ସିଭି କାରରୁ ୯ହଜାର ବୋତଲ କଫ ସିରଫ ଜବତ କରାଯାଇଛି । ଏହାସହିତ କଫ ସିରଫ ମାଫିଆ ବରଗଡ଼ ଜିଲ୍ଲା ସତଲମା ଗାଁର ଗୁଲସନ ସାହୁକୁ ଗିରଫ କରିଛି ପୁଲିସ । ୨ଟି ଗାଡିକୁ ମଧ୍ୟ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ରାମପୁର ପୁଲିସ ।
Comments are closed.