ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଘନଘଟା ମଧ୍ୟରେ ବାଣିଜ୍ୟିକ ସିଲିଣ୍ଡରର ଦର ବୃଦ୍ଧି କରାଯାଇଛି। ଘରୋଇ ସିଲିଣ୍ଡରର ମୂଲ୍ୟରେ କୌଣସି ବୃଦ୍ଧି ହୋଇନାହିଁ। ଦିଲ୍ଲୀରେ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୧୯୪, ମୁମ୍ବାଇରେ ୧୯୬, ଚେନ୍ନାଇରେ ୨୦୩ ଏବଂ କୋଲକାତାରେ ୨୧୮ ଟଙ୍କା ବୃଦ୍ଧି ପାଇବ। ପୂର୍ବରୁ ମାର୍ଚ୍ଚ ୭ ତାରିଖରେ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୧୧୫ ଟଙ୍କା ବୃଦ୍ଧି କରାଯାଇଥିଲା।
ଆଜିଠାରୁ ଦିଲ୍ଲୀରେ ବାଣିଜ୍ୟିକ ସିଲିଣ୍ଡର ୧୮୮୪.୫୦ ଟଙ୍କା ପରିବର୍ତ୍ତେ ୨୦୭୮.୫୦ ଟଙ୍କାରେ ଉପଲବ୍ଧ ହେବ। କୋଲକାତାରେ ଏହି ସିଲିଣ୍ଡର ୧୯୯୦ ଟଙ୍କା ପରିବର୍ତ୍ତେ ୨୨୦୮ ଟଙ୍କାରେ ଉପଲବ୍ଧ ହେବ। ମୁମ୍ବାଇରେ ଏହା ୧୮୩୫ ଟଙ୍କା ପରିବର୍ତ୍ତେ ୨୦୩୧ ଟଙ୍କାରେ ଉପଲବ୍ଧ ହେବ। ଚେନ୍ନାଇରେ ଏହା ୨୦୪୩.୫୦ ଟଙ୍କା ପରିବର୍ତ୍ତେ ୨୨୪୬.୫୦ ଟଙ୍କାରେ ଉପଲବ୍ଧ ହେବ। ଏହା ବ୍ୟତୀତ ଲକ୍ଷ୍ନୌରେ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୨୨୦୧ ଟଙ୍କା, ପାଟନାରେ ୨୩୬୫ ଟଙ୍କା, ଜୟପୁରରେ ୨୦୩୧ ଟଙ୍କା, ବେଙ୍ଗାଲୁରୁରେ ୨୧୬୧ ଟଙ୍କା ଏବଂ ହାଇଦ୍ରାବାଦରେ ୨୩୨୧ ଟଙ୍କା ଏବଂ ଭୁବନେଶ୍ୱରରେ ୧୯ କେଜି ଏଲପିଜି ଦର ୨୧୭୩ ଟଙ୍କାରେ ଉପଲବ୍ଧ ହେବ।