ଚୌଦ୍ୱାର ଜେଲରୁ ବିହାରୀ କଏଦୀ ଚମ୍ପଟ ମାରିବା ଘଟଣାରେ ଚାଞ୍ଚଲ୍ୟକର ଖୁଲାସା ।

କଟକ : ଚୌଦ୍ୱାର ଜେଲରୁ ବିହାରୀ କଏଦୀ ଚମ୍ପଟ ମାରିବା ଘଟଣାରେ ଚାଞ୍ଚଲ୍ୟକର ଖୁଲାସା ହୋଇଛି । ଜେଲ ଅଧୀକ୍ଷକଙ୍କ ନାଁରେ ଜେଲର ଅଭିଯୋଗ କରିବା ସହ ଏଫଆଇଆର ଦେଇଛନ୍ତି । ଦୁଇ ବିହାରୀ ଜଏଦୀ ଖସିଯିବା ଘଟଣା ଉଠାଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ଜେଲର । ଏନେଇ ଅଧୀକ୍ଷକ ସୁଜିତ ରାଉଳଙ୍କ ନାଁରେ ଜେଲର ସନ୍ତୋଷିନୀ ଦାଶ ଅଭିଯୋଗ କରିଛନ୍ତି । ଚୌଦ୍ୱାର ଥାନାରେ ଅଭିଯୋଗ କରିବା ସହ ତଦନ୍ତ ଦାବି କରିଛନ୍ତି ସନ୍ତୋଷିନୀ ।

ଜେଲ ଇନ୍‌ ଆଉଟ୍‌ ରେଜିଷ୍ଟରକୁ ସନ୍ତୋଷିନୀଙ୍କ ଦସ୍ତଖତକୁ ଜାଲ କରି ବଦଳାଯାଇଛି, ବିହାରୀ କଏଦୀ ଖସିବା ଘଟଣାରୁ ନିଜ ଉପରୁ ଦୋଷ ଖସାଇବାକୁ ଉଦ୍ୟମ କରାଯାଉଛି । ୨୦୨୫ ଅକ୍ଟୋବର ୧,୨,୩ ତାରିଖ ରେଜିଷ୍ଟର ତଥ୍ୟକୁ ନେଇ ପ୍ରଶ୍ନ କରିଛନ୍ତି ଜେଲର । ଗତ ଅକ୍ଟୋବର ୩ରେ ଦୁଇ ଜଣ ବିହାରୀ କଏଦୀ ଚମ୍ପଟ୍‌ ମାରିଥିଲେ । କଏଦୀ ଚମ୍ପଟ ମାରିବା ପରେ ଦସ୍ତଖତ ଜାଲ୍‌ କରି ରେଜିଷ୍ଟାର ବଦଳାଯାଇଛି । ନିଜ ଉପରୁ ଦୋଷ ଖସାଇ ମୋତେ ଫସାଇବାକୁ ଚେଷ୍ଟା କରାଯାଇଛି ବୋଲି ଜେଲର କହିଛନ୍ତି ।

Comments are closed.