ଓଡ଼ିଶାକୁ ୧୨ ମେଡାଲ୍ : ବିଜେତା ଆଥଲେଟଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

କଳିଙ୍ଗ ଷ୍ଟାଡିୟମରେ ଉଦଯାପିତ ହୋଇଯାଇଛି ୨୪ତମ ଜାତୀୟ ପାରା-ଆଥଲେଟିକ୍ସ ଚାମ୍ପିୟନସିପ୍।

ଭୁବନେଶ୍ଵର: କଳିଙ୍ଗ ଷ୍ଟାଡିୟମରେ ଉଦଯାପିତ ହୋଇଯାଇଛି ୨୪ତମ ଜାତୀୟ ପାରା-ଆଥଲେଟିକ୍ସ ଚାମ୍ପିୟନସିପ୍। ଉଦଯାପନୀ ଉତ୍ସବରେ ସିଏମ ମୋହନ ଚରଣ ମାଝୀ ଯୋଗଦେଇ ବିଜେତା ଆଥଲେଟଙ୍କୁ ସମ୍ମାନିତ କରିଥିଲେ। ଚାମ୍ପିୟନସିପରେ ୨୮ ରାଜ୍ୟର ୧୪ଶହରୁ ଅଧିକ ପାରା-ଆଥଲେଟ୍ ଅଂଶଗ୍ରହଣ କରିଥିବାବେଳେ ୯୫ଟି ମେଡାଲ୍ ସହିତ ଚାମ୍ପିୟନ୍ ହୋଇଛି ହରିୟାଣା। ସେହିଭଳି ରନର୍ସଅପ୍ ତାମିଲନାଡ଼ୁକୁ ମିଳିଛି ୫୧ ପଦକ। ଓଡ଼ିଆ ପାରା-ଆଥଲେଟ୍ ମାନେ ୧୨ ପଦକ ହାସଲ କରିଛନ୍ତି । ଏହି ଅବସରରେ ସମସ୍ତଙ୍କୁ ପରିଶ୍ରମ ଅବ୍ୟାହତ ରଖିବାକୁ ପରାମର୍ଶ ଦେଇଥିଲେ ସିଏମ୍। କଳିଙ୍ଗ ଷ୍ଟାଡିୟମରେ ବିଶ୍ବ ଆଥଲେଟିକ୍ସ ଚାମ୍ପିୟନସିପ୍-୨୦୨୮ର ଆୟୋଜନକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ଏହି ବିଶ୍ବ ପ୍ରତିଯୋଗିତାକୁ ସ୍ମରଣୀୟ କରି ଆୟୋଜନ କରିବ।

Comments are closed.