ଓପିଏସ୍‌ ସ୍ତରରେ ଅଦଳ ବଦଳ

ଭୁବନେଶ୍ବର:ରାଜ୍ୟ ସରକାର ଶନିବାର ଓଡ଼ିଶା ପୁଲିସ ସେବା (ଓପିଏସ୍) ଅଧିକାରୀ ସ୍ତରରେ ବ୍ୟାପକ ଅଦଳ ବଦଳ କରିଛନ୍ତି। ଗୃହ ବିଭାଗ ପକ୍ଷରୁ ଜାରି ଭିନ୍ନ ଭିନ୍ନ ବିଜ୍ଞପ୍ତି ଅନୁଯାୟୀ,ବଦଳି ହୋଇଥିବା ୫୮ ବରିଷ୍ଠ ପୁଲିସ୍ ଅଧିକାରୀ ମୁଖ୍ୟତଃ ଅତିରିକ୍ତ ଏସ୍‌ପି ଭାବେ କାର୍ଯ୍ୟ କରୁଛନ୍ତି। ବୌଦ୍ଧ ପିସିଆର ସେଲ୍‌ରେ ଅତିରିକ୍ତ ଏସ୍‌ପି ଥିବା ଆନନ୍ଦ କୁମାର ଡୁଙ୍ଗ୍‌ଡୁଙ୍ଗ୍‌ଙ୍କୁ ରାଇରଙ୍ଗପୁର ଅତିରିକ୍ତ ଏସ୍‌ପି ଭାବେ ବଦଳି କରାଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଏସଡି ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଚନ୍ଦ୍ରଶେଖର ହୋତାଙ୍କୁ କନ୍ଧମାଳ ଅତିରିକ୍ତ ଏସ୍‌ପି ଭାବେ ନିଯୁକ୍ତ କରାଯାଇଛି।

ସେହିପରି ଝାରସୁଗୁଡ଼ା ଅତିରିକ୍ତ ଏସ୍‌ପି ଜ୍ୟୋତ୍ସ୍ନାମୟୀ ପ୍ରଧାନଙ୍କୁ କେନ୍ଦୁଝର ଅତିରିକ୍ତ ଏସ୍‌ପି, କେନ୍ଦୁଝର ଅତିରିକ୍ତ ଏସ୍‌ପି ପ୍ରଭା ଧନଙ୍କୁ ଗଞ୍ଜାମ ଅତିରିକ୍ତ ଏସ୍‌ପି, ଭଦ୍ରକ ଆଇୟୁସିଏଡବ୍ଲ୍ୟୁ ଅତିରିକ୍ତ ଏସ୍‌ପି ବିଶ୍ବପତି ପଣ୍ଡାଙ୍କୁ ରାଇରଙ୍ଗପୁର ଅତିରିକ୍ତ ଏସ୍‌ପି, ଭୁବନେଶ୍ବର ଇଓଡବ୍ଲ୍ୟୁ ଅତିରିକ୍ତ ଏସ୍‌ପି ଆଶିଷ କୁମାର ମିଶ୍ରଙ୍କୁ ସ୍ପେଶାଲ ବ୍ରାଞ୍ଚ ଅତିରିକ୍ତ ଏସ୍‌ପି, ବସ୍ତା ଅତିରିକ୍ତ ଏସ୍‌ପି ମାନସ କୁମାର ଦେଓଙ୍କୁ ତାଳଚେର ଆଇଜିପି ଅତିରିକ୍ତ ଏସ୍‌ପି, ସ୍ପେଶାଲ ବ୍ରାଞ୍ଚ ଅତିରିକ୍ତ ଏସ୍‌ପି ମାନସୀ ପାତ୍ରଙ୍କୁ ଏସ୍‌ଓଜି (ସିଏଡବ୍ଲ୍ୟୁ ଆଣ୍ଡ ସିଡବ୍ଲ୍ୟୁ, ଭୁବନେଶ୍ବର) ଅତିରିକ୍ତ ଏସ୍‌ପି ଭାବେ ବଦଳି କରାଯାଇଛି। ସେହିପରି ‌େ‌ଢଙ୍କାନାଳ ସଦର ଅତିରିକ୍ତ ଏସ୍‌ପି ରମେଶ ଚନ୍ଦ୍ର ଦୋରାଙ୍କୁ କମିସନରେଟ୍ ପୁଲିସ ଅତିରିକ୍ତ ଡିସିପି, କଟକ ସିଗ୍‌ନାଲ୍‌ ଅତିରିକ୍ତ ଏସ୍‌ପି ବବିତା ତ୍ରିପାଠୀଙ୍କୁ ଏସ୍‌ସିଆରବି ଅତିରିକ୍ତ ଏସ୍‌ପି, ଗଞ୍ଜାମ ଅତିରିକ୍ତ ଏସ୍‌ପି ସୀମା ସ୍ବାଇଁଙ୍କୁ ନବରଙ୍ଗପୁର ଅତିରିକ୍ତି ଏସ୍‌ପି, କମିସନରେଟ୍ ପୁଲିସ ଅତିରିକ୍ତ ଡିସିପି ସୁଦର୍ଶନ ଦାଶଙ୍କୁ କଟକ ଏଚ୍‌ଆର୍‌ପିସି ଅତିରିକ୍ତ ଡିଏସ୍‌ପି ଭାବେ ନିଯୁକ୍ତ କରାଯାଇଛି। ସିଏଡବ୍ଲ୍ୟୁ ଆଣ୍ଡ ସିଡବ୍ଲ୍ୟୁ ଡିଏସ୍‌ପି ଥିବା ପ୍ରତାପ ଚନ୍ଦ୍ର ତ୍ରିପାଠୀଙ୍କୁ ଘଟଗାଁ ଏସ୍‌ଡିପିଓ ଭାବେ ନିଯୁକ୍ତ କରାଯାଇଛି।

Comments are closed.