ଏସିଆନ ସୁଟିଂ ଚାମ୍ପିୟନସିପରେ ଚମକିଲେ କେନ୍ଦୁଝର ଝିଅ

କେନ୍ଦୁଝର : ସାହରପଡା ବ୍ଲକ ଉଦୟପୁର ଗ୍ରାମର କନ୍ୟା “ମାନ୍ୟତା ସିଂହ” ନୂଆଦିଲ୍ଲୀ ଠାରେ ଆୟୋଜିତ ଏସିଆନ୍ ସୁଟିଂ ଚାମ୍ପିୟନସିପ-୨୦୨୬ରେ ଚମକିଛନ୍ତି । ସେ ୧୦ ମିଟର ଏୟାର ରାଇଫଲ ମହିଳା ଜୁନିଅର ଇଭେଣ୍ଟରେ ପ୍ରଥମ ପଦାର୍ପଣରେ ସମୁଦାୟ ୨୪୯. ୭ ପଏଣ୍ଟ ହାସଲ କରି ଦେଶ ପାଇଁ ରୌପ୍ୟ ପଦକ ଅର୍ଜନ କରିଛନ୍ତି ।

କେନ୍ଦୁଝର ଜିଲା ଉଦୟପୁର ଗ୍ରାମର ସର୍ବଦମନ ସିଂହ ଓ ସ୍ମିତା ଦାସଙ୍କ ଝିଅ ହେଉଛନ୍ତି ମାନ୍ୟତା । ଏହି ଐତିହାସିକ ସଫଳତା କେବଳ ତାଙ୍କ ପରିବାର ପାଇଁ ନୁହେଁ ବରଂ ଗ୍ରାମ ଉଦୟପୁର ଓ ସମଗ୍ର ଓଡ଼ିଶା ତଥା ଦେଶ ପାଇଁ ଗର୍ବ ବଢ଼ାଇଛନ୍ତି ମାନ୍ୟତା । ସେ କଳିଙ୍ଗ ଷ୍ଟାଡିୟମ ଆଦିତ୍ୟ ବିର୍ଲା ଗଗନ ନାରଙ୍ଗ ସୁଟିଂ ଏକାଡେମୀରେ ନିଜର ଅଭ୍ୟାସ ଜାରି ରଖିଛନ୍ତି । ତାଙ୍କର ଏହି ସଫଳତା ପାଇଁ କେନ୍ଦୁଝର ଜିଲା କ୍ରୀଡା ସଂସ୍ଥା ସାଧାରଣ ସମ୍ପାଦକ ସଂଗ୍ରାମ ପଟ୍ଟନାୟକ, କେନ୍ଦୁଝର ଜିଲା ବିଜେପିର ପୂର୍ବତନ ସଭାପତି ଅଂଶୁମାନ ସବୁଜ ମହାନ୍ତ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି l

Comments are closed.