ହରଭଙ୍ଗା : ଘାଟି ତଳକୁ ଖସିଲା ବସ୍, ୧୦ ଜଣ ଗୁରୁତର। ବୌଦ୍ଧ ଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଆଡ଼େଣିଗଡ଼ ଫାଣ୍ଡି ନିକଟସ୍ଥ ଝିଲମିଲ ଘାଟିରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସଟି ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡିଛି। ଏଥିରେ ୧୦ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଗତକାଲି ରାତିରେ ଜେମା ନାମକ ଘରୋଇ ବସଟି ବଲାଙ୍ଗୀରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଘାଟିରେ ଗାଡିର ବ୍ରେକ ଫେଲ ଯୋଗୁଁ ବସ୍ ଟି ଭରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆଡେଣିଗଡ଼ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।
Sign in
Sign in
Recover your password.
A password will be e-mailed to you.
Comments are closed.