ବୁଗୁଡା : ତା ୧୦/୦୨/୨୬ ( ଡ. କୁମୁଦ ଚନ୍ଦ୍ର ବେହେରା): ଐତିହ୍ୟ, ପରମ୍ପରା, କଳା ଓ ସଂସ୍କୃତିର ପର୍ବ “ବୁଦ୍ଧଖୋଲ ମହୋତ୍ସବ” ଉଦଯାପିତ ହୋଇଯାଇଛି। ବୁଦ୍ଧଖୋଲ ଉନ୍ନୟନ ସମିତି ସଭାପତି ତଥା ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ ଉଦଯାପନୀ ଉତ୍ସବରେ ଉଦଘାଟକ ଭାବେ ଗ୍ରାମ୍ଯ ଉନ୍ନୟନ ଓ ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ମୁଖ୍ୟ ଅତିଥି ଭାବେ ସୋରଡା ବିଧାୟକ ନୀଳମଣି ବିଷୋୟୀ, ସମ୍ମାନିତ ଅତିଥି ଭାବେ ବୁଗୁଡା ବ୍ଲକ ଉପାଧକ୍ଷ ମାନସ ରଞ୍ଜନ ପ୍ରଧାନ, ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ବିରଞ୍ଚିପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ମନ୍ଦାକିନୀ ସେଠୀ ଓ ସମିତି ସଭ୍ଯା ଅଳକା ନନ୍ଦ ପ୍ରମୁଖ ଯୋଗ ଦେଇ ବୁଦ୍ଧଖୋଲ ମହୋତ୍ସବର ଭୂୟସୀ ପ୍ରଶଂସା କରି ଏହି ପୀଠ ହେଉଛୀ ବୌଦ୍ଧ ଧର୍ମ ଓ ଶୈବ ଧର୍ମର ସଂଗମ ସ୍ଥଳି ବୋଲି ମତବ୍ୟକ୍ତ କରିବା ସହ ବୁଗୁଡାର ଅବିସ୍ମରଣୀୟ ବଦାନ୍ଯ ବ୍ଯକ୍ତି ସ୍ବର୍ଗତ ଉନା ସତ୍ଯ ନାରାୟଣ ପାତ୍ରଙ୍କ ସ୍ମୃତି ଚାରଣ କରିଥିଲେ।
ଏ ଅବସରରେ ସ୍ଥାନୀୟ ପିପୁଲ୍ସ କଲେଜ ଏନସିସି ଆର୍ମି ଓ୍ବିଙ୍ଗ୍ ଲେଫ୍ଟନାଣ୍ଟ ଅଜୟ କୁମାର ସାହୁ, ଜୁନିଅର ଅଣ୍ଡର୍ ଅଫିସର ସପ୍ନା ରାଉତ ଓ କ୍ଯାଡେଟ୍ ମଧୁସ୍ମିତା ପ୍ରଧାନ, ନାଟ୍ଯ ନିର୍ଦେଶକ ପ୍ରଦ୍ୟୁମ୍ନ ପାତ୍ର, ନାମ ମାଷ୍ଟ୍ର ସୋଲା ପାତ୍ର, କୃଷ୍ଣଲୀଳା ଗାୟକ ଗୋପୀନାଥ ବେହେରା, +୩ ବିଜ୍ଞାନର ମେଧାବୀ ଛାତ୍ରୀ ୟୁ.ଦିବ୍ଯାନୀ ପାତ୍ର ଓ +୩ କଳାର ମେଧାବୀ ଛାତ୍ରୀ ଶିବାନୀ ରାଉତଙ୍କ ସମେତ ଅନ୍ୟାନ୍ୟ ପ୍ରତିଭାଧାରୀ ବ୍ଯକ୍ତିବିଶେଷଙ୍କୁ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା।
ଓଡ଼ିଆ ଦୂରଦର୍ଶନର ସୁପରିଚିତା ଉପସ୍ଥାପିକା ମାନସୀ ମିଶ୍ର ଏବଂ ପାଏଲଙ୍କ ସଂଯୋଜନାରେ ମହୋତ୍ସବର ଅନ୍ତିମ ଦିବସେ ଶ୍ରୀ ସତ୍ଯନାରାୟଣ ସ୍ମୃତିମଞ୍ଚରେ ଉପସ୍ଥାପକ ଶିବାନନ୍ଦ ବାରିକଙ୍କ ସଂଯୋଜନାରେ ଅଞ୍ଚଳର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ନିୟୁ ଏରା ପବ୍ଲିକ୍ ସ୍କୁଲ, ଶୋଭନୀୟ ପବ୍ଲିକ୍ ସ୍କୁଲ୍ ଆଦି ଶିକ୍ଷାନୁଷ୍ଠାନ ଏବଂ ପ୍ରଜ୍ଞା ନୃତ୍ୟାୟନ, ରୟାଲ୍ ଡ୍ଯାନ୍ସ
ଏକାଡେମୀ, ଏବିସିଡି ଏକାଡେମୀ, ବି.ବଏଜ୍ ଡ୍ଯାନ୍ସ ଗ୍ରୁପ ଆଦି ନୃତ୍ଯ ପ୍ରଶିକ୍ଷଣ ପ୍ରତିଷ୍ଠାନର କଳାକାରଙ୍କ ଦ୍ଵାରା ନୃତ୍ଯ ଏବଂ ଖୋଳଖାଳି ଓ ମାଣିବନ୍ଧର ରାମଲୀଳା, ଗୋଲିଆର ଘଣ୍ଟ କଳସୀ, ମରେଇପଲ୍ଲୀର ନାଟ୍ଯ ଦଳ, କତକଲାର ଗଡବା ନୃତ୍ୟ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ବେଳେ ଦର୍ଶକ ଏହାକୁ ମନଭରି ଉପଭୋଗ କରିଥିଲେ। ଏଥି ସହ ଓଡିଶାର ସୁନାମଧନ୍ଯା ଗାୟିକା ଇରା ମହାନ୍ତିଙ୍କ ସୁଲଳିତ ସଙ୍ଗୀତରେ ଲୋକେ ଝୁମି ଉଠିଥିଲେ।
ଏହି ତ୍ରିଦିବସୀୟ ମହୋତ୍ସବ କାଳରେ ସୁନାମଧନ୍ଯ ଚିତ୍ରଶିଳ୍ପୀ ଡ.ସ୍ଥିତଧୀ ରଥଙ୍କ ଦ୍ଵାରା ପ୍ରସ୍ତୁତ ଏକ ସ୍ମରଣିକା ଉନ୍ମୋଚନ ସାଙ୍ଗକୁ ଓଡିଶା ସାହିତ୍ୟ ଏକାଡେମୀର ମିଳିତ ସହଯୋଗରେ ମଧୁର ଭାରତୀର ସମ୍ପାଦିକା ଜୟନ୍ତୀ ପଢିଆରୀଙ୍କ ତତତ୍ତ୍ବାବଧାନରୋ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ବହୁ ଶ୍ରଦ୍ଧାଳୁଙ୍କ ସମାବେଶ ଅନ୍ୟପକ୍ଷରେ ମହୋତ୍ସବ ପ୍ରାଙ୍ଗଣ ପରିସରରେ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ପକ୍ଷରୁ ଖୋଲାଯାଇଥିବା ଷ୍ଟଲ୍ ଗୁଡିକରେ ଲୋକଙ୍କ ଭିଡ ସାଙ୍ଗକୁ ବୁଦ୍ଧଖୋଲ ପାଦଦେଶ ଲୋକାରଣ୍ୟ ପାଲଟିଥିବା ବେଳେ ଭିଡ ନିୟନ୍ତ୍ରଣ ସହ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ପୋଲିସ ବାହିନୀ ଏବଂ କୌଣସି ଅଘଟଣର ମୁକାବିଲା ପାଇଁ ଦମକଳବାହିନୀ ନିୟୋଜିତ ରହିଥିଲେ। ଏହି ମହୋତ୍ସବକୁ ବୁଦ୍ଧଖୋଲ ଉନ୍ନୟନ ସମିତିର କାର୍ଯ୍ୟକାରୀ ସଭାପତି ଟି.ସଞ୍ଜିବ କୁମାର ପାତ୍ର, ଉପସଭାପତି ଗଙ୍ଗାଧର ନାୟକ, ସାଧାରଣ ସମ୍ପାଦକ ଗଙ୍ଗାଧର ବିଷୋୟୀ, ସମ୍ପାଦକ ହରିକୃଷ୍ଣ ସାହୁ , ସହସମ୍ପାଦକ କେଦାର ନାଥ ମହାରଣା, କୋଷାଧକ୍ଷ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ କର୍ମକର୍ତ୍ତା ପରିଚାଳନା କରିଥିବା ବେଳେ ଅନ୍ଯ ସଦସ୍ୟଗଣ ଏଥିରେ ସକ୍ରିୟ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Comments are closed.