ବିଏମସି ବୈଠକ: ବଢ଼ିଲା ମେୟର, ଡେପୁଟି ମେୟର ଓ କର୍ପୋରେଟରଙ୍କ ଭତ୍ତା, ଜାଗା ମିଶନକୁ ନେଇ ହୋହାଲ୍ଲା କଲା ବିଜେପି

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)ର ମେୟର, ଡେପୁଟି ମେୟର ଓ କର୍ପୋରେଟରମାନଙ୍କର ବୈଠକ ଭତ୍ତା ବୃଦ୍ଧି କରାଯାଇଛି। କର୍ପୋରେସନ ବୈଠକ ପାଇଁ ମେୟର ଭତ୍ତା ହେଲା ୫୦ ହଜାର ରଖାଯାଇଥିବାବେଳେ ଡେପୁଟି ମେୟର ପାଇବେ ୨୫ ହଜାର ଟଙ୍କା।

ଏନେଇ କର୍ପୋରେସନ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ କର୍ପୋରେଟରମାନଙ୍କ ଭତ୍ତା ୧୦ ହଜାର କରାଯାଇଥିବାବେଳେ ପ୍ରତି କର୍ପୋରେସନ ବୈଠକ ପିଛା କର୍ପୋରେଟରଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରାଯିବ। ମେୟର ଓ ଡେପୁଟି ମେୟର ସହ କର୍ପୋରେଟରଙ୍କ ଭତ୍ତା ବିଏମସି ପ୍ରଦାନ କରିବ ବୋଲି ବିଏମସି କମିସନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି।

ଅପରପକ୍ଷରେ ବିଏମସି ବୈଠକରେ ବିଜେପି କର୍ପୋରେଟରମାନେ ଜାଗା ମିଶନକୁ ନେଇ ହୋହାଲ୍ଲା କରିଛନ୍ତି। ଜାଗା ମିଶନକୁ ନେଇ ବିଏମସି ଲୋକଙ୍କୁ ଭୁଆଁ ବୁଲାଯାଉଥିବା ଅଭିଯୋଗ କରିଛନ୍ତି ବିଜେପି କର୍ପୋରେଟର। ବିଜେପି କର୍ପୋରେଟରଙ୍କ ହୋହାଲ୍ଲା ଫଳରେ ୨ ଘଣ୍ଟା ବନ୍ଦ ରହିଥିଲା ବିଏମସି ବୈଠକ

Comments are closed.