କନ୍ଧମାଳ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ଓଡିଶା ସରକାରଙ୍କ ଓଡିଆ ଭାଷା ସାହିତ୍ୟ ସାଂସ୍କୃତି ବିଭାଗର ଅନୁମୋଦନ କ୍ରମେ ଫିରିଙ୍ଗିଆ ବ୍ଲକ କଳା ସାଂସ୍କୃତିକ ସଂଙ୍ଘର ଏକ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଯାଇଛି। ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ମହନ୍ତଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫିରିଙ୍ଗିଆ ବ୍ଲକ ଅଧ୍ୟକ୍ଷା ନମିତା କହଁର , ଫିରିଙ୍ଗିଆ ବ୍ଳକ ସାଂସଦ ପ୍ରତିନିଧି ବିଷ୍ଣୁ ଚରଣ ମଲିକ, ଜିଲା କଳା ସାଂସ୍କୃତିକ ସଂଙ୍ଘ ଉପସଭାପତି ଅକ୍ଷୟ କର୍ଣ୍ଣ, ମଞ୍ଚ ଅଭିନେତା ସଂଜୟ କୁମାର ଦିଗାଲ, ସମାଜଶେବି କଂସଦେବ ସାହୁ, ବରିଷ୍ଠ କଳାକାର ଅଚ୍ୟୁତ ବେହେରା , ପାଲା ଗାୟକ ଇନ୍ଦ୍ରଜିତ କହଁର, ନଦିଆଗୁରୁ କରୁଣା କର୍ଣ୍ଣ , କ.ନୁଅାଁଗାଁ କଳାକାର ସଂଘର ଉପସଭାପତି ତ୍ରିନାଥ ପଣ୍ଡା, ସାମ୍ବାଦିକ ଶୁଧାଂସୁ କୁମାର କହଁର, ବାଲିଗୁଡା ଉପସଭାପତି ପ୍ରମୋଦ ଦଣ୍ଡସେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଫିରିଙ୍ଗିଆର ଆଧିଷ୍ଠାତ୍ରୀ ଦେବୀ ମା ପିତାବଳୀ ଦେବୀଙ୍କ ମନ୍ଦିର ନିକଟରେ ଅତିଥିମାନଙ୍କୁ ସ୍ୱାଗତ କଲାପରେ ଏକ ପାରମ୍ପାରିକ ଆଦିବାସୀ ବାଜାବାଦ୍ୟ ସହ ଏକ ସଂସ୍କୃତିକ ଶୋଭାଯାତ୍ରା ଆନୁଷ୍ଠିତ ହୋଇଥିଲ।। ଏହି ଶୋଭାଯାତ୍ରା ମନ୍ଦୀରରୁ ବାହାରି ସଂଘ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ବ୍ଲକ କାର୍ଯ୍ୟାଳୟର ସଭାଗୃହ ଠାରେ ଅନୁଷ୍ଠିତ ଏକ ସାଧାରଣରେ ସଭାରେ ମଂଚ ଅଭିନେତା ସୁବ୍ରତ କୁମାର ମହାନ୍ତି ପରିଚାଳନା କରିଥିଲେ। ଏହି ସଭାରେ କଳାକାର ମାନଙ୍କ ର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ହେବା ସହ ଫିରିଙ୍ଗିଆର କଳାକାର ମାନଙ୍କ ପାଇଁ ଏକ ସ୍ଥାୟୀ ଗୃହ ନିର୍ମାଣ ପାଇଁ ବିଧାୟକଙ୍କ ପାଖରେ କଳାକାର ମାନେ ଦାବି କରିଥିଲେ। ଅନ୍ୟପଟେ ଏହି କାର୍ଯ୍ୟାଳୟ ହେବାଦ୍ୱାରା ଅଂଚଳ ରେ ରହିଥିବା କଳାକାର ମାନେ ଉପକୃତ ହୋଇପାରିବେ ବୋଲି ବିଡିଓ ଶ୍ରୀ ମହନ୍ତ ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Comments are closed.