ବରଗଡ଼ : ବରଗଡ଼ ଜିଲ୍ଲା ଅତାବିରା ଏନ୍ ଏସି ଅନ୍ତର୍ଗତ ବ୍ଲକ ପରିସରରେ ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ ଏହାକୁ ଉଦଘାଟନ କରିଥିଲେ। ବ୍ଲକର ବିଭିନ୍ନ ବିଭାଗୀୟ ଅଧିକାରୀ ଏଥିରେ ସାମିଲ ହୋଇ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ। ୧୩୫ରୁ ଉର୍ଦ୍ଧ୍ବ ଭିନ୍ନକ୍ଷମଙ୍କୁ ଚିହ୍ନଟ କରି ପ୍ରମାଣ ପତ୍ର ଦିଆଯାଇଥିଲା। ୨୪ରୁ ଉର୍ଦ୍ଧ୍ବ ଭିନ୍ନ କ୍ଷମମାନେ ପୂର୍ବରୁ ଆବେଦନ କରିଥିବା ବ୍ୟକ୍ତିଙ୍କୁ ବସ୍ ପାସ ଦିଆଯାଇଥିଲା। ଏହା ବ୍ୟତୀତ ୮ଜଣଙ୍କୁ ହୂଇଲ ଚେୟାର, ୪ ଟ୍ରାଇ ସାଇକଲ ପ୍ରଦାନ କରାଯାଇଥିଲା। ଶିବିରରେ ୧୩ ଶ୍ରବଣ ବାଧିତ ଓ ଦୃଷ୍ଟି ବାଧିତ, ୧୯ ଜଣ ମାନସିକ ଅପାରଗତା ଓ ୪ ଜଣ ଚକ୍ଷୁ ରୋଗୀ, ୩୭ ଶାରୀରିକ ଅପାରଗତା ରୋଗୀଙ୍କ ପରୀକ୍ଷା କରାଯାଇ ତାଙ୍କର ବ୍ୟବସ୍ଥା କରାଯାଇଥିଲା। ୧୨ ଜଣକୁ ବିକଳାଙ୍ଗ ଋଣ ଓ ୪ ଜଣଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Comments are closed.