ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ମନମୋହନ-ସୁଜିତ୍-ଦିଲ୍ଲୀପ୍

ଭୁବନେଶ୍ଵର : ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଦାଖଲ। ରାଜ୍ୟସଭା ପାଇଁ ଆଜି ବିଜେପି ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ବିଜେପିରୁ ମନମୋହନ ସାମଲ ଏବଂ ସୁଜିତ୍ କୁମାର ନାମାଙ୍କନ ଦାଖଲ କରିଛନ୍ତି। ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ମଧ୍ୟ ନାମାଙ୍କନ ଭରିଛନ୍ତି। ଆଜି ବିଜେପି ପାର୍ଟି ଅଫିସ୍‌ରୁ ମନମୋହନ ସାମଲ ଏବଂ ଦ୍ବିତୀୟ ପ୍ରାର୍ଥୀ ସୁଜିତ କୁମାର ନିଜ ସମର୍ଥକଙ୍କ ସହ ପାର୍ଟି ଅଫିସରୁ ବାହାରିଥିଲେ। ବିରାଟ ପଟୁଆରରେ ଉଭୟ ନାମାଙ୍କନ ଭରିବା ପାଇଁ ଆସିଥିଲେ। ଏବଂ ନାମାଙ୍କନ ଭରିବା ପୂର୍ବରୁ ରାମ ମନ୍ଦିର ଯାଇ ଆଶୀର୍ବାଦ ଲୋଡ଼ିଥିଲେ।

ସେପଟେ ବିଜେଡି ପ୍ରାର୍ଥୀ ଭାବେ ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା ନାମାଙ୍କନ ଭରିଛନ୍ତି। ନାମାଙ୍କନ ଭରିବା ସମୟରେ ବିଜେଡି ଏବଂ କଂଗ୍ରେସର ସଦସ୍ୟମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି। ଏମାନଙ୍କ ମଧ୍ୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ପିସିସି ସଭାପତି ଭକ୍ତ ଦାସ ମଧ୍ୟ ଉପସ୍ଥିତ ଥିଲେ।ଏଥିସହିତ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା।

Comments are closed.