ବିଦ୍ୟାଳୟ ନଗଲେ ଘରକୁ ଯିବେ ଶିକ୍ଷକ

ଭୁବନେଶ୍ୱର  : ପିଲା ବିଦ୍ୟାଳୟ ନଗଲେ ଘରକୁ ଯିବେ ଶିକ୍ଷକ । ଏନେଇ ଚିଠି ଲେଖିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।
ଏଣିକି ଛାତ୍ରଛାତ୍ରୀ ବିଦ୍ୟାଳୟକୁ ନିୟମିତ ନ ଗଲେ ଘରକୁ ଯିବେ ଶିକ୍ଷକ ଓ କର୍ତ୍ତୃପକ୍ଷ । ଏଭଳି ଏକ ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ବିଭାଗ ନେଇଥିବା ନିଷ୍ପତ୍ତି ଅନୁସାରେ ଛାତ୍ରଛାତୀ ସପ୍ତାହେ ବିଦ୍ୟାଳୟରେ ଅନୁପସ୍ଥିତ ରହିଲେ ଶିକ୍ଷକ ଘରକୁ ଯିବେ । ଏନେଇ ସମସ୍ତ ଡିଇଓ ଓ ବିଇଓଙ୍କୁ ଚିଠି ଲେଖିଛି ବିଭାଗ । ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ଘରକୁ ଯିବା ସହ କାହିଁକି ସେମାନେ ବିଦ୍ୟାଳୟରେ ଅନୁପସ୍ଥିତ ଅଛନ୍ତି କାରଣ ବୁଝିବେ ବିଦ୍ୟାଳୟ କର୍ତ୍ତୃପକ୍ଷ ।

Comments are closed.