ଗଞ୍ଜାମ ବୁଗୁଡ଼ା ୧୧।୨ (ଡ. କୁମୁଦ ଚନ୍ଦ୍ର ବେହେରା ) ପୋଲସରା ବିଧାନସଭା କ୍ଷେତ୍ର ଅନ୍ତର୍ଗତ ପୋଲସରା ଓ ବୁଗୁଡ଼ା ବ୍ଲକ ର ଆଗାମୀ ୩ ବର୍ଷ ମଧ୍ୟରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ କରାଯିବ । ତାହାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ୭ ଦିନ ରେ ପ୍ରସ୍ତୁତ କରି ଜିଲ୍ଲା ପ୍ରଶାସନ କୁ ଦିଆଯିବ । ଜିଲ୍ଲା ସ୍ତରରେ ଯାଞ୍ଚ କରି ମୁଖ୍ୟମନ୍ତ୍ରୀ ଙ୍କ ନିକଟ କୁ ପ୍ରେରଣ କରାଯିବ । ବିଶେଷ କରି ନୂଆ ଢାଞ୍ଚା ରେ ଟୁରିଜମ କରିଡ଼ର ର ଉନ୍ନତି କରାଯିବ । ମଙ୍ଗଳବାର ସ୍ଥାନୀୟ ବ୍ଲକ ଅଫିସ ବୈଠକ ଗୃହରେ ବିଧାନସଭା କ୍ଷେତ୍ର ସ୍ତରୀୟ ଉନ୍ନୟନ କମିଟି ବୈଠକ ରେ ଏଭଳି ନିଷ୍ପତ୍ତି ହୋଇଛି । ସ୍ଥାନୀୟ ବିଧାୟକ ତଥା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଅଧ୍ୟକ୍ଷତା କରିଥିଲେ ।
ବିଦ୍ୟାଳୟମାନଙ୍କରେ ନୂତନ ଶିକ୍ଷକ ନିଯୁକ୍ତି , କୃଷି ଉଦ୍ୟାନ ମୃତ୍ତିକା ସଂରକ୍ଷଣ ସମେତ ପୋଲସରା ରେ ଖଜୁରୀ ବନ୍ଧ ଓ ଓଇରାଣୀ ପୋଖରୀ ର ଉନ୍ନତିକରଣ , ବାଇପାସ୍ ରୋଡ , ସ୍ବାସ୍ଥ୍ୟ କେନ୍ଦ୍ର ରେ ନୂତନ ଅପରେସନ ଥିଏଟର , ଡାକ୍ତର ନିଯୁକ୍ତି ସାଙ୍ଗ କୁ ରକ୍ତ ଭଣ୍ଡାର ଗୃହ ଲାଗି ଯୋଜନା କରାଯାଇଛି । ସେହିପରି ବୁଗୁଡ଼ା ରଥ ସାଗର ର ଉନ୍ନତିକରଣ ଚରିକିପଡ଼ା ଶାସନ ରେ ନୂତନ ବସଷ୍ଟାଣ୍ଡ ନିର୍ମାଣ , ୫ କୋଟି ବ୍ୟୟ ରେ ଟାଉନ ହଲ୍ ନିର୍ମାଣ ଆଦି ପ୍ରକଳ୍ପ ପ୍ରସ୍ତାବ ଦିଆଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍ , ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ , ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ବିଜୟ କୁମାର ବେହେରା , ପୋଲସରା ବ୍ଲକ ଅଧ୍ୟକ୍ଷା କଳ୍ପନା ପ୍ରଧାନ , ବିଡ଼ିଓ ଶଶିଭୂଷଣ ମହାପାତ୍ର ଙ୍କ ସମେତ ପୂର୍ତ୍ତ , ଗ୍ରାମ୍ୟ ଉନ୍ନୟନ , ଶିକ୍ଷା ,ସ୍ବାସ୍ଥ୍ୟ ଭଳି ପ୍ରାୟ ୨୭ଟି ବିଭାଗ ର ଅଧିକାରୀ ମାନେ ବୈଠକ ରେ ଯୋଗଦେଇଥିଲେ
Sign in
Sign in
Recover your password.
A password will be e-mailed to you.
Comments are closed.